Home / ମୁଖ୍ୟ ଖବର / ନୟାଗଡ଼ରେ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ।

ନୟାଗଡ଼ରେ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଭଜନ ସମାରୋହ ଅନୁଷ୍ଠିତ।

ନୟାଗଡ଼,ତା-୨୯.୬.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ର ସଙ୍ଗୀତଧାରା ଏବଂ ନବକଳେବର ରଥ ଚକ ସ୍ଥାପନ କମିଟିର ମିଳିତ ଆନୁକୂଲ୍ୟରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଉପଲକ୍ଷେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ କଳାକାର ମାନଙ୍କୁ ନେଇ ଏକ ଭବ୍ୟ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ, ପ୍ରାଣକୃଷ୍ଣ ମହାରଣା,କଣ୍ଠଶିଳ୍ପୀ ଜୟଶ୍ରୀ ଦେବୀ, ସୁର ଗନ୍ଧର୍ବ କଣ୍ଠଶିଳ୍ପୀ ନବକିଶୋର

ମିଶ୍ର,ଡ.ଆଶୁତୋଷ ମିଶ୍ର, ମାଧବ ଡାକୁଆ, ବିଷ୍ଣୁପ୍ରିୟା ବେହେରା, ଓମ ପ୍ରକାଶ ମହାରଣା,ଶୁଚିସ୍ମିତା ଦୋରା ପ୍ରମୁଖ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଦେବୋତ୍ତର ପରିଚାଳକ ତାପସ ରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ସଙ୍ଗୀତଧାରା ସଭାପତି ଡ.ବିଜୟ କୁମାର ଚୌଧୁରୀ, ରଥଚକ ସ୍ଥାପନା କମିଟି ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ଗୋପୀନାଥ ସେଠୀ ଓ ଅଶୋକ ମଲ୍ଲ ଭଜନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ମହାପାତ୍ର,ସୁଦର୍ଶନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply