Home / ମୁଖ୍ୟ ଖବର / ପୁରୀରେ ତାମିଲନାଡୁ ତୋତାଦ୍ରି ଗଦିର  ଜଗତଗୁରୁ ପ୍ରମୁଖ ମଧୁର କବି ଜୀଙ୍କୁ ଭବ୍ୟ ସ୍ୱାଗତ

ପୁରୀରେ ତାମିଲନାଡୁ ତୋତାଦ୍ରି ଗଦିର  ଜଗତଗୁରୁ ପ୍ରମୁଖ ମଧୁର କବି ଜୀଙ୍କୁ ଭବ୍ୟ ସ୍ୱାଗତ

ପୁରୀ, ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଲୋକନାଥ ମନ୍ଦିର ନିକଟସ୍ଥ ଶ୍ରୀବାଲାଜୀ ମନ୍ଦିର ପରିସରରେ ଭାରତବର୍ଷ ର ରାମାନୁଜ ସମ୍ପ୍ରଦାୟ ର ଜଗତଗୁରୁ ମାନ୍ୟତା ପ୍ରଦାନ କରୁଥିବା ପ୍ରମୁଖ ଜିୟର ସ୍ୱାମୀ ଜୀ ତାମିଲନାଡୁ ପ୍ରଦେଶ ନାଙ୍ଗୁନେରୀ ଠାରେ ଅବସ୍ଥିତ ମୂଳପୀଠ ତୋତାଦ୍ରି ଗଦିର ପ୍ରମୁଖ ଶ୍ରୀମଧୁର କବି ପନ୍ନା ପାପନ୍ନା ରାମାନୁଜ ଜୀୟାର ସ୍ୱାମୀ ଜୀଙ୍କୁ ପାଦୁକା ପୂଜା ପୂର୍ବକ ପୁଷ୍ପ ଏବଂ ବୈଦିକ ବ୍ରାହ୍ମଣ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବେଦ ଧ୍ୱନିରେ ସ୍ୱାଗତ କରାଯାଇଥିଲା |ଏହି ଅବସରରେ ସ୍ୱାମୀଜୀ ଶ୍ରୀବାଲାଜୀ ଙ୍କୁ ଦର୍ଶନ କରିବା ସହିତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରି ଆଶ୍ରିବଚନ ପ୍ରଦାନ

କରିଥିଲେ |ତିନି ଦିନ ପାଇଁ ପୁରୀ ଗ୍ରସ୍ତରେ ଆସିଥିବା ସ୍ୱାମୀ ମଧୁର କବି ଜୀଙ୍କୁ ବାଲାଜୀ ମନ୍ଦିର ପରିସରରେ ବିଭିନ୍ନ ମଠର ମଠାଧୀଶ ଏବଂ ସାଧୁସନ୍ଥ ମାନେ ଦର୍ଶନ କରୁଛନ୍ତି |ଏହି ପରିପ୍ରେକ୍ଷୀରେ ବାଲାଜୀ ମନ୍ଦିର ପରିସରରେ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା ଜିୟର ସ୍ୱାମୀ ମଠର ମହନ୍ତ ସ୍ୱାମୀ ଇନ୍ଦିରା ରମଣ ରାମାନୁଜ ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ ତିନିଦିନ ବ୍ୟାପି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି | ଏହି ଭବ୍ୟ କାର୍ଯ୍ୟକ୍ରମ ରେ ପୁରୀର ଉତ୍ତର ପାର୍ଶ୍ୱ ମଠର ମହନ୍ତ ନାରାୟଣ ରାମାନୁଜ ଦାସ ଏବଂ ଅନେକ ସାଧୁ ସନ୍ଥ, ଆଚାର୍ଯ୍ୟ ଙ୍କ ସମେତ  ଶିଷ୍ୟ ମାନେ ସାମିଲ ହୋଇଥିଲେ | ଏହି କାର୍ଯ୍ୟକ୍ରମ କୁ ପରିଚାଳନାରେ ଟ୍ରଷ୍ଟ ର ସଦସ୍ୟ ସ୍ୱାମୀ ସୁଦର୍ଶନ ରାମାନୁଜା ଦାସ, ସୁରେଶ ଶର୍ମା,  ପରିଚାଳନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ସହଯୋଗ କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply