ପୁରୀ(୧୨/୦୭): ପୁରୀ ଗଜପତି ମହାରାଜ ଙ୍କ ନହର ସମ୍ମୁଖରେ ପୁରୀର ସମସ୍ତ ଜଗନ୍ନାଥ ପ୍ରେମୀ ମାନେ ଇସ୍କନ କୁ ବିରୋଧ କରିଛନ୍ତି। ଏହି ପରିପ୍ରେକ୍ଷିରେ ଗଜପତି ମହାରାଜ ଙ୍କ ଚିଠି କୁ ଅବମାନନା କରି ଅପମାନ ସୂଚକ ପତ୍ର ବିନିମୟ କରିଥିବାରୁ ସମସ୍ତେ ଏକ ସ୍ବରରେ ବିରୋଧ କରିଥିଲେ।ଏହା ସହିତ ଇସ୍କନ କରୁଥିବା ଅଦିନ ରଥଯାତ୍ରା ଓ ସ୍ନାନଯାତ୍ରା କୁ ମଧ୍ୟ ଘୋର ବିରୋଧ କରିଥିଲେ। ଜଗନ୍ନାଥ ପ୍ରେମୀମାନେ ପୁରୀ ବଳିଆ ପଣ୍ଡା ଠାରେ ଇସ୍କନ ଦ୍ବାରା ନିର୍ମିତ ଏକ ରାମ ମନ୍ଦିର ଢାଞ୍ଚା କୁ ଯଦି ପ୍ରଶାସନ ବନ୍ଦ ନ କରେ ତେବେ ୨୪ଘଣ୍ଟା ପରେ ଜଗନ୍ନାଥ ପ୍ରେମୀ ମାନେ ଏହାକୁ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହି ବିରୋଧରେ ଦେବାଶିଷ ମିଶ୍ର, ରାଜେଶ ରଥ,ବିଶ୍ୱଶାନ୍ତି ତ୍ରିପାଠୀ, ଦେବରାଜ ଦାସ,ସେବାୟତ ବାଳକୃଷ୍ଣ ମହାରଣା, ରୁଦ୍ର ମହାପାତ୍ର ,ରାକେଶ ରୋଶନ ତ୍ରିପାଠୀ, ଗୌରବ ମିଶ୍ର, ଓମ୍ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।











