କାକଟପୁର, ତା. ୨୫/୭: ( ତୁଷାର ଦୀକ୍ଷିତ )ପୁରୀ ଜିଲ୍ଲା କାକଟପୁର ମେଡିକାଲ ଛକରୁ ସ୍ୱମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଥିବା ବ୍ୟବସାୟୀମାନଙ୍କୁ ନେଇ ‘ସାଇ ବଜାର କମିଟି’ ନାମରେ ଏକ ନୂତନ ବଜାର କମିଟି ଗଠନ କରାଯାଇଛି। ଶୁକ୍ରବାର ସ୍ଥାନୀୟ ମୋତି ମଣ୍ଡପଠାରେ ଆୟୋଜିତ ବ୍ୟବସାୟୀମାନଙ୍କ ସାଧାରଣ ବୈଠକରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବୈଠକରେ ବରିଷ୍ଠ ତଥା ପୁରାତନ ବ୍ୟବସାୟୀ କବିରାଜ ବିଶ୍ୱାଳଙ୍କୁ ସଭାପତି, ମହମ୍ମଦ ସବୀର ଖାଁଙ୍କୁ ଉପସଭାପତି, ଶେଖ ଜୁନେଦ (ବବୁଲ)ଙ୍କୁ ସମ୍ପାଦକ, ପ୍ରକାଶ ଚନ୍ଦ୍ର ଦାଶଙ୍କୁ ସହ-ସମ୍ପାଦକ ଏବଂ ବାପି ବିଶ୍ୱାଳଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା। ସେହିପରି ନରେଶ ମହାନ୍ତି ସୁବାଷ ସ୍ୱାଇଁ ଓ ଦିଲ୍ଲୀପ ବରାଳଙ୍କୁ କମିଟିର ଉପଦେଷ୍ଟା ଭାବେ ଚୟନ କରାଯାଇଥିଲା। 2ନବଗଠିତ କମିଟି ବଜାରର ସୁପରିଚାଳନା, ବ୍ୟବସାୟୀମାନଙ୍କ ସ୍ୱାର୍ଥର ସୁରକ୍ଷା, ପରସ୍ପର ସହଯୋଗ ଏବଂ ବଜାରର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ନୂତନ କମିଟି ଗଠନକୁ ସ୍ଥାନୀୟ ବ୍ୟବସାୟୀ ମହଲରେ ସ୍ୱାଗତ କରାଯାଇଛି
ସାଇ ବଜାର କମିଟିର କର୍ମକର୍ତା ନିର୍ବାଚନ : କବିରାଜ ସଭାପତି, ବବୁଲ ସମ୍ପାଦକ











