Home / ମୁଖ୍ୟ ଖବର / ଶିକ୍ଷୟିତ୍ରୀ ପୂର୍ଣ୍ଣମାସୀ ସୁନ୍ଦରାୟଙ୍କ ବିଦାୟ ସମ୍ବର୍ଦ୍ଧନା

ଶିକ୍ଷୟିତ୍ରୀ ପୂର୍ଣ୍ଣମାସୀ ସୁନ୍ଦରାୟଙ୍କ ବିଦାୟ ସମ୍ବର୍ଦ୍ଧନା

କଣାସ ୩୧/୭ – କଣାସ ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୂର୍ଣ୍ଣମାସୀ ସୁନ୍ଦରାୟଙ୍କୁ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ,ପିତାମାତା,ଅଭିଭାବକ ଓ ପ୍ରସାଶନିକ ଅଧିକାରୀଙ୍କ ମେଳରେ ଅବସର ଗ୍ରହଣ କରିଛନ୍ତି। ଦୀର୍ଘ ୩୨ ବର୍ଷ ଧରି ଶିକ୍ଷାକ୍ଷେତ୍ରରେ ନିରବଚ୍ଛିନ୍ନ ଭାବରେ ଶିକ୍ଷାଦାନ କରି ଆସୁଥିଲେ। ତାଙ୍କର କର୍ତ୍ତବ୍ଯ ନିଷ୍ଠା, ସମୟାନୁବର୍ତ୍ତିତା, ଛାତ୍ରବତ୍ସଳତା, ଗୋଷ୍ଠୀ ସଂପର୍କ, ମେଳାପୀ ସର୍ବପରି ମାନବୀୟ ମୂଲ୍ୟବୋଧ ତାଙ୍କୁ ଶିକ୍ଷା କ୍ଷେତ୍ର ରେ ସ୍ବତନ୍ତ୍ର ପରିଚୟ ଦେଇଛି। ସେ ମା’ ହରଚଣ୍ଡୀ ସଂସ୍କୃତ ବିଦ୍ୟାପୀଠ ରେ ଶିକ୍ଷକତା ଆରମ୍ଭ କରି ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟ ରେ ସମାପ୍ତ କରିଥିଲେ। ଏହି ଅବସରରେ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ବ୍ଲକ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ବେହେରା ମୁଖ୍ଯ ଅତିଥି,ପୂର୍ବତନ ଶିକ୍ଷା ଅଧିକାରୀ ମୀନକେତନ ସାମନ୍ତରାୟ ମୁଖ୍ଯ ବକ୍ତା,ଜିଲ୍ଲା ପରିଷଦ ସଭ୍ଯା ଲତା ଜଗଦ୍ଦେବ,ପ୍ରଧାନଶିକ୍ଷକ ବିଭୂତି ଭୂଷଣ ମହାପାତ୍ର,ପ୍ରଦୀପ କୁମାର ସ୍ବାଇଁ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ ପାଇକରାୟ,ଶିକ୍ଷକ ନେତା ସୁଶାନ୍ତ କୁମାର ନରେନ୍ଦ୍ର,ପ୍ରତାପ ଛୋଟରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ ବେହେରା ସଭାପତିତ୍ବ କରିଥିଲେ। ଉପସ୍ଥିତ ଅତିଥିମାନେ ଶିକ୍ଷୟିତ୍ରୀଙ୍କ ଗୁଣଗାନ କରିବା ସହ ତାଙ୍କ ପରି ହେବା ପାଇଁ ଆହ୍ବାନ ଦେଇଥିଲେ। ଶିକ୍ଷୟିତ୍ରୀଙ୍କୁ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟ ଓ ମା’ ହରଚଣ୍ଡୀ ସଂସ୍କୃତ ବିଦ୍ୟାପୀଠ ପକ୍ଷରୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ଥିଲା। ଶହ ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଫୁଲ ତୋଡା ପ୍ରଦାନ କରିଥିଲେ। ବରିଷ୍ଠ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜ ଧନ୍ଯବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply