Home / ମୁଖ୍ୟ ଖବର / ସୂଚନା ବିଭାଗର ନିକ୍ଷେପକ ଙ୍କୁ ଅବସର ସମ୍ବର୍ଦ୍ଧନା

ସୂଚନା ବିଭାଗର ନିକ୍ଷେପକ ଙ୍କୁ ଅବସର ସମ୍ବର୍ଦ୍ଧନା

ପୁରୀ ୩୧/୭ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁରୀ ରେ କାର୍ଯ୍ୟରତ ନିକ୍ଷେପକ ବା ପ୍ରୋଜେକ୍ସନିଷ୍ଟ ପ୍ରସନ୍ନ କୁମାର ସାହୁ ଆଜି ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀ ସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ଶ୍ରୀ ସାହୁ ଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶ୍ରୀ ସାହୁ ବିଭାଗ ପାଇଁ ଡାକବାଜି ବ୍ୟବସ୍ଥା ମାଧ୍ୟମରେ ଅନେକ କାର୍ଯ୍ୟ କରିଛନ୍ତି ବୋଲି କହିଥିଲେ।ସରକାର ଓ ସରକାରୀ ଯୋଜନା ର ପ୍ରଚାର,ପ୍ରସାର କ୍ଷେତ୍ରରେ ଶ୍ରୀ ସାହୁ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରି ସଫଳ ହୋଇଛନ୍ତି ବୋଲି ଶ୍ରୀ ସେଠୀ କହିଥିଲେ।ନିଜ ପ୍ରତିକ୍ରିୟା ରେ ଶ୍ରୀ ସାହୁ ବିଭାଗର କାର୍ଯ୍ୟ କୁ ସେ ନିଷ୍ଠା ଓ ଆନ୍ତରିକ ଭାବେ କରିଛନ୍ତି ଓ ନିଜ କାର୍ଯ୍ୟ ରେ ଆତ୍ମତୃପ୍ତି ପାଇଛନ୍ତି ବୋଲି କହିଥିଲେ।ଏହି ସମ୍ବର୍ଦ୍ଧନା ରେ ଉପଖଣ୍ଡ ସୂଚନା ଅଧିକାରୀ ପ୍ରଦୀପ୍ତ ସେନାପତି, ଗ୍ରନ୍ଥାଗାରିକ ମିନତୀ ଦାସ, ଭଣ୍ଡାର ରକ୍ଷକ ରବୀନ୍ଦ୍ର କୁମାର ଦାସ, ବରିଷ୍ଠ ରାଜସ୍ବ ସହାୟକ ଜିତେନ୍ଦ୍ର କୁମାର ସ୍ବାଇଁ,ପ୍ରାକ୍ତନ ଏଆଇଓ ରାଜେନ୍ଦ୍ର କୁମାର ପାତ୍ର,ପ୍ରାକ୍ତନ କର୍ମଚାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକ, କର୍ମଚାରୀ ସୁବ୍ରତ କୁମାର ସାହୁ, ପ୍ରଦୀପ କୁମାର ଲେଙ୍କା,ଲକ୍ଷ୍ମୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply