Home / ସଂସ୍କୃତି ଓ ପରମ୍ପରା / ପବିତ୍ର ଜନ୍ମାଷ୍ଟମୀ ରେ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର

ପବିତ୍ର ଜନ୍ମାଷ୍ଟମୀ ରେ ଚଳଚଞ୍ଚଳ ସାକ୍ଷୀଗୋପାଳ ମନ୍ଦିର

ଆଜି ପବିତ୍ର ଜନ୍ମାଷ୍ଟମୀ , ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ । ଏନେଇ ଚଳ ଚଞ୍ଚଳ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିର । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂସର ବନ୍ଦୀଶାଳରେ ଜନ୍ମ ହୋଇଥିଲେ କାହ୍ନା । ପରବର୍ତ୍ତୀ ସମୟରେ କଂସ ଭୟରେ ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେହି ଦିନ ଠାରୁ ନନ୍ଦଲାଲ ଭାବେ ପାଳିତ ହୋଇଥିଲେ ଭଗବାନ କୃଷ୍ଣ।
ଏହିଅବସରରେ ଆଜି ସାକ୍ଷୀଗୋପାଳ ମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି । ସ୍ୱତନ୍ତ୍ର ରୀତିନୀତି ସହିତ ମଧ୍ୟରାତ୍ରୀରେ ପ୍ରଭୁ ଗୋପାଳ ଜିଉ ଙ୍କ ଜନ୍ମନୀତି ପାଳନ ହେବ । ପଞ୍ଚାକ୍ଷର ମନ୍ତ୍ର ପାଠ ସହିତ ମହାପ୍ରଭୁଙ୍କ ଉପଚାର କରାଯିବ । ସେବାୟତ ମାନେ ଏହି ନୀତିକାନ୍ତିରେ ରହିଥାଏ ଅନେକ ଭୂମିକା ।
ଆଜି ଭୋର ୪ ଘଣ୍ଟା ସମୟରୁ ମନ୍ଦିର ଖୋଲିବା ପରେ ବିଧି ମୁତାବକ ସମସ୍ତ ନିତିକାନ୍ତି ସହିତ ହଜାର ହଜାର ସଂଖ୍ୟାରେ ଭକ୍ତ ପ୍ରଭୁ ସାକ୍ଷୀଗୋପାଳ ଏବଂ ମା ରାଧାରାଣୀ ଙ୍କୁ ଦର୍ଶନ କରୁଛନ୍ତି।
ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଙ୍ଘ ତରଫରୁ ବିଶ୍ଵଶାନ୍ତି ମହାଯଜ୍ଞ ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି।
ଭାରତର କୋଣ ଅନୁକୋଣରୁ ଭକ୍ତମାନେ ଆସି ଦର୍ଶନ କରିବା ସହିତ ଜନ୍ମାଷ୍ଟମୀ କୋରା କିଣି ଘରକୁ ଫେରିଥାନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply