ପୁରୀ ତା ୨୪/୦୮/୨୦୨୬ ରିଖ ସୋମବାର ଦିନ ଦିବା ୧୧ ଘଟିକା ସମୟରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ (CITU) ପୁରୀ ଜିଲ୍ଲାପାଳ ଙ୍କୁ ଦରଖାସ୍ତ ଦେଇ ଦେଖା କରିଛନ୍ତି । ଜିଲ୍ଲାପାଳ ଙ୍କ ପାଖକୁ ଆସିବାର କାରଣ ପାଚିକା ମାନେ ମେ ମାସ ଠାରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ପାରିଶ୍ରମିକ ପାଇନାହାନ୍ତି । ମେ ଓ ଜୁନ ଦୁଇ ମାସ ଛୁଟି ସମୟରେ ପାଚିକା ଙ୍କ ପାରିଶ୍ରମିକ ମିଳୁନାହିଁ । ରଜ ପରେ ଜୁନ ୧୮ ତାରିଖ ରୁ ସ୍କୁଲ ଖୋଲିଲେ ବି ଜୁନ ମାସ ର ପାରିଶ୍ରମିକ ପାଚିକାଙ୍କୁ ଦିଆ ନ ଯାଇ ମାଗଣା ରେ କାମରେ ଲଗାଯାଉଛି । ଜୁଲାଇ ମାସ ର ପାରିଶ୍ରମିକ ଅଗଷ୍ଟ ୧୦ ତାରିଖ ସୁଦ୍ଧା ଆସିବା କଥା କିନ୍ତୁ ସ୍କୁଲ ରେ କାମ କରିବା ୨ ମାସ ରୁ ଅଧିକ ସମୟ ହେଲେ ମଧ୍ୟ ଆଜି ଯାଏଁ ପାଚିକା ମାନେ ପାରିଶ୍ରମିକ ପାଇଲେ ନାହିଁ ।କିନ୍ତୁ ଆମ ରାଜ୍ୟ ରେ ଅନେକ ଜିଲ୍ଲା ଯଥା – ନୟାଗଡ଼ , ଖୋର୍ଦ୍ଧା , କଟକ , ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲ୍ଲା ରେ ସମସ୍ତ ପାଚିକା ସେମାନଙ୍କର ପାରିଶ୍ରମିକ ପାଇସାରିଲେଣି । ଆମ୍ଭ ପୁରୀ ଜିଲ୍ଲା ରେ ମୁଖ୍ୟ ମନ୍ତ୍ରୀ ପୋଷଣ ଯୋଜନା ରେ ନିଯୁକ୍ତି ପାଇଥିବା ପାଚିକା ଙ୍କର ଜୁଲାଇ ମାସ ର ପାରିଶ୍ରମିକ ୩୦୦୦/- ଛଡାଯିବା ବେଳେ ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନାରେ ନିଯୁକ୍ତି ପାଇଥିବା ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହଜାର ହଜାର ପାଚିକା ପାରିଶ୍ରମିକ ପାଇନାହାନ୍ତି ।
ପାରିଶ୍ରମିକ ନ ମିଳିବା ସାଙ୍ଗକୁ ସ୍କୁଲର ମଧ୍ୟାହ୍ନ ଭୋଜନ ବ୍ୟତୀତ କେତେକ ସ୍କୁଲ ର ଅନ୍ୟ ସବୁ କାମ ପାଚିକା ମାନଙ୍କୁ ଆହୁରି ଯନ୍ତ୍ରଣା ଦେଉଛି ଯେମିତି ସ୍କୁଲ ଘର ଓଳl ଇବା , ବଗିଚା ସଫା କରିବା , କେତେକ ସ୍କୁଲ ରେ ଗେଟ୍ ଖୋଲିବା ଓ ଗେଟ୍ ଚାବି ପକାଇବା , ଲାଟିନ ରେ ପାଣି ଢାଳି ସଫା କରିବା , ସ୍କୁଲ ବଗିଚାର ଗଛ ମାନଙ୍କରେ ପାଣି ଦେବା ଭଳି ଅନେକ ଗୁଡ଼ିଏ କାମ ସେମାନଙ୍କ ଉପରେ ମନ ଇଚ୍ଛା ଲଦି ଦିଆ ଯାଉଛି ।ଯଦି ଏ କଥାର ପ୍ରତିବାଦ ପାଚିକା କରୁଛି ତାହା ହେଲେ ସ୍କୁଲ କମିଟି ଲଗାଇ ପାଚିକା କେମିତି ମଧ୍ୟାହ୍ନ ଭୋଜନ କାମ ରୁ ବାହାରିବ ତ ବିରୋଧ ରେ ସମସ୍ତ ଚକ୍ରାନ୍ତ କରାଯାଉଛି । କେତେକ ସ୍କୁଲ ରେ ଛାତ୍ର ଛାତ୍ରୀ ନିୟମ ଅନୁଯାୟୀ ଅଧିକ ପାଚିକା ନିଯୁକ୍ତି କରାଯିବା କଥା ତାହା କରା ଯାଉନାହିଁ । କେତେକ ସ୍କୁଲରେ ଜଣେ ମାତ୍ର ପାଚିକା କାମ କରୁଛନ୍ତି ସେମାନଙ୍କୁ ଜର ରୋଗ , ଦେହ ଖରାପ ହେଲେ ବି ସେମାନଙ୍କୁ ଛୁଟି ମିଳୁନାହିଁ । ସେମାନଙ୍କୁ ବାଧ୍ୟ କରାଯାଉଛି ତାଙ୍କ ପରିବାର ଲୋକ ଙ୍କ ଛଡ଼ା ଯାହାର ଘରେ ଅନ୍ୟ କେହି ନାହାନ୍ତି ସେମାନଙ୍କ ଜାଗାରେ ଭଡ଼ା ରେ ଲୋକ ଛଡାଯାଉଛି ନଚେତ୍ ଚାକିରି ଛାଡ଼ିବାକୁ ପଡୁଛି ।ଆମ୍ଭେମାନେ ଏହିପରି ଅନେକ ଗୁଡ଼ିଏ ସମସ୍ୟା ର ସମ୍ମୁଖୀନ ହେଉଛୁ ।
ଚାରିମାସ ହେଲା ପାରିଶ୍ରମିକ ନ ମିଳିବା ସାଙ୍ଗ କୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ଆକାଶ ଛୁଆଁ , କେତେକ ସ୍କୁଲ ରେ ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ ର କମିଟି ମନମୁଖୀ କାର୍ଯକ୍ରମ ପାଚିକା ଙ୍କ ଦୁଃଖ କୁ ଆହୁରି ଦ୍ୱିଗୁଣିତ କରିଦେଉଛି ।ଅନେକ ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାପନ ଅନୁଯାୟୀ ଯେତିକି ପାଚିକା ନିଯୁକ୍ତି ହେବା କଥା ସେତିକି ଜଣ ପାଚିକା ନିଯୁକ୍ତି ନ ହେବା ଫଳରେ ନିଯୁକ୍ତି ହୋଇଥିବା ପାଚିକା ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟତଃ ଜିଲ୍ଲା ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ହିଁ ପାଚିକା ପୋଷ୍ଟ ଖାଲି ଥିଲେ ବି ପାଚିକା ନିଯୁକ୍ତି କରାଯାଉନାହିଁ ।
ପୁରୀ ଜିଲ୍ଲା ରେ ଯଦି ଏ ସମସ୍ତ ସମସ୍ୟାର ସମାଧାନ କରାଯିବ ସାଙ୍ଗକୁ ଅଗଷ୍ଟ ମାସ ଶେଷ ସୁଦ୍ଧା ପାଚିକା ମାନଙ୍କୁ ପାରିଶ୍ରମିକ ଦିଆ ନ ଯାଏ ତେବେ ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ପୁରୀ ଜିଲ୍ଲା ରେ ପାଚିକା ମାନେ ମଧ୍ୟାହ୍ନ ଭୋଜନ କାମ ବନ୍ଦ କରି ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିବେ ବୋଲି ସଂଘ ସଭାପତି ପୀତବାସ ବେହେରା ଆଜି ର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କହିଛନ୍ତି ।
ଜଗନ୍ନାଥ ଦେଓ , ସୁଜାତା ବିଶ୍ଵାଳ , ଅନିତା ବେହେରା , ପୂଜରାଣୀ ପାଣ୍ଡି , ସାବିତ୍ରୀ ମହାପାତ୍ର , ମମତା ମହାପାତ୍ର , ନନ୍ଦୀ ଜେନା , କୁନି ମହାରଣା , ଝୁଣା ନାୟକ , ବିଷ୍ଣୁପ୍ରିୟା ମିଶ୍ର , ଝୁନା ମହାପାତ୍ର ପ୍ରମୁଖ ।











