Home / ସାମାଜିକ / କାକଟପୁର ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

କାକଟପୁର ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

କାକଟପୁର ୨୭/୦୧ ( ତୁଷାର ଦୀକ୍ଷିତ ) କାକଟପୁର ରେ ଥିବା ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ବ୍ୟବସାୟିକ ଅନୁଷ୍ଠାନ ଇତ୍ୟାଦି ସଙ୍ଘ ରେ ସାଧାରଣତନ୍ତ୍ର ଦିବସ ମହା ସମାହାରରେ ପାଳିତ ହୋଇଯାଇଛି। ସକାଳ ୬ ଘଟିକା ରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ରାମକୃଷ୍ଣ ଶିଶୁ ମନ୍ଦିର, କେ. ବି. ଇ. ଏମ କିଡ଼ସ, ଜାହାନ ପବିଳ୍କ ସ୍କୁଲ. ଜାଭିୟର ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ଖାନପୁର ଏସି ଏସ କମିଟି, କୁଣ୍ଢେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ର କୁନି କୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ବାଦ୍ୟଯନ୍ତ୍ର ସହିତ ପ୍ରଭାତ ଫେରି କରିଥିବାବେଳେ ନିଜ ନିଜ ଶିକ୍ଷା ଅନୁଷ୍ଠାନ ରେ ପତାକା ଉତ୍ତୋଳନ କରିଥିଲେ। ସେହିପରି କାକଟପୁର ଗ୍ରାମ୍ୟ ଜଳଯୋଗଣ, ଜଳ ସମ୍ପଦ ବିଭାଗ, କାକଟପୁର ତହସିଲରେ ତହସିଲଦାର ଅଙ୍କିତା ଅନନ୍ଦିତା ବ୍ଲକ,ଥାନା, ବିଦ୍ୟୁତ କାର୍ଯ୍ୟାଳୟ,ପଞ୍ଚାୟତ ସମତି, କାକଟପୁର କଂଗ୍ରେସ କାର୍ଯ୍ୟାଳୟ ଓ କାକଟପୁର ପ୍ରେସ କ୍ଳବ ରେ ସଭାପତି କମଳ ଲୋଚନ ଦୀକ୍ଷିତ ଙ୍କ ଦ୍ଵାରା ଜାତୀୟ ପତାକା ଉତଳନ କରାଯିବା ସହିତ ଜାତୀୟ ସଂଗୀତ ଗାନ କରାଯାଇ ମିଷ୍ଟାନ ବଣ୍ଟନ କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ,ପ୍ରଶାନ୍ତ କୁମାର ଜେନା, ଅକ୍ଷୟ ପ୍ରସାଦ ମହାନ୍ତି,ଆଦିତ୍ୟ ରାଉତ, ଭାଗବତ ସ୍ୱାଇଁ, ନୃସିଂହ ବେହେରା, ପ୍ରଦୀପ୍ତ କୁମାର ଦୀକ୍ଷିତ,ପ୍ରଭାସ କୁମାର ପୃଷ୍ଟି, ମାନ କୁମାର ଦୀକ୍ଷିତ, ଶୁଭଦର୍ଶନ ମିଶ୍ର, ପୂର୍ଣଚନ୍ଦ୍ର ପଣ୍ଡା,ତୁଷାର ଦୀକ୍ଷିତ ସେହିପରି ଏସି ଏସ କମିଟି ପକ୍ଷରୁ ସଭାପତି ମୁନସଫ ଖାନ, ସମ୍ପାଦକ ରିହାନ ଖାନ, ଓସୀମ ଖାନ, ସଲାଉଦିନ ଖାନ, ଇଜାଜ, ମୋଜାହିଦ, ହମିଦ, ସାବିର, ଅମଜାଦ, କଲାମ, ସୋବାନ, ହମିଦ, ଅବଦୁଲ ରିହାନ, ଫେସଲ, ମିନାହାଜ ହାପିଜ, ରାଜା, ମେହେବୁବ, ନିଆଜୁଦିନ

SPREAD YOUR LOVE WITH YOUR FRIENDS AND FAMILY