ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପରିସରରେ ଆୟୋଜିତ ବଳଭଦ୍ର ଜନ୍ମ ଉତ୍ସବ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ମହାପାତ୍ର ଯୋଗ ଦେଇଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଦିକ ମଙ୍ଗଳା ଚରଣ ପାଠ , ପରେ ଆଲୋଚନା ଚକ୍ର କୁ ଡାକ୍ତର ଦେବ ପ୍ରସାଦ ଦାଶ ସଂଚାଳନ କରିଥିଲେ। ଆଲୋଚନା ଚକ୍ର ରେ ଭାଗ ନେଇ ଥିବା ବଶିଷ୍ଠ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡାକ୍ତର ହରପ୍ରସାଦ ମିଶ୍ର, ଡାକ୍ତର ଶ୍ରୀକାନ୍ତ ପଣ୍ଡା, ବରିଷ୍ଠ ସେବାୟତ ପୂର୍ଣ୍ଣ ଚନ୍ଦ୍ର ଗୋଛିକାର, ପ୍ରଫେସର ବିଷ୍ଣୁ ଚରଣ ମିଶ୍ର, ଅଧ୍ୟାପକ ଦେବରାଜ ପ୍ରଧାନ, ଅଧ୍ୟାପକ ଧରଣୀଧର ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ବିଶ୍ୱ ନାଥ ବେହେରା, କାର୍ତ୍ତିକ ବେହେରା, ତରୁଣ କବି ଦାମୋଦର ପରିଡ଼ା,ବିଭୂଦତ୍ତ ମିଶ୍ର ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମାଜ ବିଭିନ୍ନ ସ୍ତରରୁ କିଛି ବକ୍ତି ଙ୍କୁ ( କିନ୍ନର କବିତା ପାତ୍ର) ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନ ର ସଂପାଦିକା ଅନ୍ନପୂର୍ଣ୍ଣା ପାଣି ଅତିଥି ତଥା ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ଗୋ ପୂଜନ , ରକ୍ଷା ବନ୍ଧନ ଓ ବଳଭଦ୍ର ଜନ୍ମ ଉତ୍ସବ ପାଳନ।











