ନୟାଗଡ଼, ତା-୪.୯.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ପୁରୁଣା ସହର ବିଜେ ମା ଦକ୍ଷିଣକାଳୀ ମନ୍ଦିରର ଉନ୍ନତି ନିମନ୍ତେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ପାଳିତ ହୋଇଛି। ସୂଚନା ଅନୁଯାୟୀ ଆଉ ଅଧିକ ଉନ୍ନତି ତଥା ବିକାଶ ନିମନ୍ତେ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ଅନୁରୋଧ କ୍ରମେ ପୂର୍ବତନ ସାଂସଦ କନ୍ଧମାଳ ତଥା ନୟାଗଡ଼ ରାଜ ପରିବାର ସଦସ୍ୟା ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ସ୍ୱତନ୍ତ୍ର ଉଦ୍ୟମ ଓ ଆଗ୍ରହ କ୍ରମେ ମା ଦକ୍ଷିଣକାଳୀଙ୍କ ମନ୍ଦିର ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାଣ୍ଠିରୁ ୪୦ଲକ୍ଷ ଟଙ୍କା ଅନୁଦାନ ପାରିତ ହୋଇ ଥିବାରୁ ଏହି ଅବସରରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସର ରେ ଏହି କାର୍ଯ୍ୟକ୍ରମରେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଉପସ୍ଥିତ ହୋଇ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

କାର୍ଯ୍ୟକ୍ରମକୁ ନିଜ କର କମଳରେ ସମ୍ପାଦିତ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ମନ୍ଦିର ପରିଚାଳନା କମିଟି ର ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ସହ କିଶାନ କୁମାର ଦାସ,ପ୍ରଦୀପ୍ତ ଆଚାର୍ଯ୍ୟ, କୁନା ସାହୁ, ବଳଭଦ୍ର ପାତ୍ର,କମଳ ପଟ୍ଟନାୟକ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।











