ପୁରୀ – ୬-୯-୨୦୨୬ ଶ୍ରୀକ୍ଷେତ୍ର ପୁରୀଠାରେ ମଣିରାମ ମଠ ପରିସରରେ ଅଖିଳ ଉତ୍କଳ ମଠ ମନ୍ଦିରାଧିଶ ସମ୍ମେଳନ ଓ ଶ୍ରୀକ୍ଷେତ୍ର ମଠାଧିଶ ସେବାସଂଘର ମିଳିତ ଅନୁକୁଲ୍ୟରେ ଓଡ଼ିଶାର ସବୁ ପ୍ରାନ୍ତରୁ ବିଶେଷ କରି ମଠ ଓ ମନ୍ଦିର ଗୁଡିକର ପ୍ରତିନିଧିତ୍ବ କରୁଥିବା ସାଧୁସନ୍ଥ ମାନେ ଏକତ୍ରିତ ହୋଇଥିଲେ | ଏହି ସଭାରେ ବ୍ୟାପକ ସ୍ଥରରେ ପ୍ରାଚୀନ ମଠ ଗୁଡିକର ବିଜେସ୍ଥଳୀ ଗୁଡିକ ମଠ ନାମରେ କରିବା ଏବଂ ଓଡିଶା ଦେବୋତ୍ତର ଆଇନ୍ ୧୯୫୧ ରେ ହେବାକୁ ଥିବା ଅବଶିକୀୟ ପରିବର୍ତ୍ତନ ଯାହା ଓଡିଶାର ମଠ ମନ୍ଦିର ସଂସ୍କୃତିକୁ ସୁରକ୍ଷିତ ଏବଂ ପ୍ରତିଷ୍ଠିତ କରିବାରେ ସହାୟକ ହେବ ସେ ବିଷୟରେ ସମସ୍ତେ ନିଜ ନିଜର ମାତାମତ ରଖିଥିଲେ |
ଏଠାରେ କହି ରଖିବା ଉଚିତ ପୂର୍ବ ସରକାରଙ୍କ ସମୟରେ ଶ୍ରୀକ୍ଷେତ୍ର ସ୍ଥିତ ଶଙ୍କରଚାର୍ଯ୍ୟ ମଠର ବିଜେସ୍ଥଳୀ କୁ ମଠ ନାମରେ କରି ଫେରାଇ ଦିଆଯାଇଥିଲା, ବର୍ତ୍ତମାନ ସମୟରେ ପ୍ରାଚୀନ ୪୮ଟି ଶ୍ରୀକ୍ଷେତ୍ରସ୍ଥ ମଠ ଯାହାକି ଶ୍ରୀମନ୍ଦିରର ନୀତିକାନ୍ତି ଓ ପରମ୍ପରା ସହିତ ଜଡିତ, ସମସ୍ତ ମଠର ଆୟତନ ସର୍ବମୋଟ ୨୦ ରୁ ୨୧ ଏକର ଭିତରେ ଅଛି ଯାହାକି ଶହଶହ ବର୍ଷ ଧରି ମଠଗୁଡ଼ିକର ହୋଇଥିଲା ଏବଂ ବିଜେସ୍ଥଳୀ ଗୁଡିକ ହିଁ ମଠର ପରିଚୟ ଥିଲା |
ବିଜେସ୍ଥଳୀ ଗୁଡିକୁ ମଠ ନାମରେ ଫେରାଇଦେବା ସରକାରଙ୍କ ନୈତିକ ଦାଇତ୍ୱ, ସରକାରଙ୍କ ଟାଳଟୁଳ ନୀତିପାଇଁ ସମସ୍ତ ସାଧୁ ସନ୍ଥଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି | ଏଥିପାଇଁ ଜାତୀୟ ସ୍ଥରରେ ଏକ ବ୍ୟାପକ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି | ଓଡିଶା ଦେବୋତ୍ତର ଆଇନ୍ ୧୯୫୧ ରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ସରକାର ମଠାଧିଶ ମାନଙ୍କ ସହିତ ବିଚାର ବିମର୍ଷ କରିବାର ଆବଶ୍ୟକତା ଅଛି ଏବଂ ଏହା ଆମ୍ଭମାନଙ୍କର ମୌଳିକ ଅଧିକାର ବୋଲି ସର୍ବୋତ୍ତ ଭାବରେ ମତ ପ୍ରକାଶ ପାଇଥିଲା | ଏହି ସଭାରେ ନେବଳଦାସ ମଠର ମହନ୍ତ ଡଃ: ରାମଚରଣ ଦାସ ସଭାପତିତ୍ୱ କରିଥିଲେ ଏବଂ ଅନ୍ୟାନ୍ୟ ବିଶିଷ୍ଟ ମଠାଧିଶ ମାନଙ୍କ ଭିତରେ ଉତ୍ତରପାର୍ଶ୍ଵ ମଠର ମହନ୍ତ ନାରାୟଣ ରାମାନୁଜଦାସ, ବଳରାମକୋଟ ମଠର ମହନ୍ତ ରଘୁବୀର ଦାସ, ମହିପ୍ରକାଶ ମଠର ମଠାଧିଶ ସ୍ୱାମୀ ଶୁଭନାନ୍ଦ ପୁରୀ, ରାଧା ବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ, ପୋକପୁର ମଠର ମହନ୍ତ ତ୍ରିଲୋଚନ ଦାସଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦୦ ରୁ ଉର୍ଧ୍ଵ ବିଶିଷ୍ଠ ସାଧୁସନ୍ଥ ଓ ମଠାଧିଶ ମାନେ ଏକାଠି ହୋଇଥିଲେ |
ଶ୍ରୀକ୍ଷେତ୍ର ପୁରୀଠାରେ ମଣିରାମ ମଠ ପରିସରରେ ଅଖିଳ ଉତ୍କଳ ମଠ ମନ୍ଦିରାଧିଶ ସମ୍ମେଳନ









