ପୁରୀ ୮/୯ ମହିଳା ମାନଙ୍କୁ ସୁରକ୍ଷା ଓ ସମ୍ମାନ ଏକ ସାମାଜିକ ଦାୟିତ୍ୱ।ତେଣୁ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି କରାଯାଇ ମହିଳା ମାନଙ୍କ ପ୍ରତି ହିଂସା କୁ ରୋକିବା ସହ ମହିଳା ମାନଙ୍କୁ ସଶକ୍ତ କରିବା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଆହ୍ୱାନ ଦେଇଛନ୍ତି।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଘରୋଇ ହିଂସାରୁ ମହିଳା ଙ୍କୁ ସୁରକ୍ଷା ଅଧିନିୟମ ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଆଜିର ସମାଜରେ ମହିଳା ମାନଙ୍କ ପ୍ରତି ହିଂସା ବୃଦ୍ଧି ପାଇବା ଉଦବେଗ ର ବିଷୟ।କୁସଂସ୍କାର, ଶିକ୍ଷା ର ଅଭାବ, ଅହଂଭାବ, ପାରିବାରିକ ସଂସ୍କାର ର ଅଭାବ, ଗରିବୀ, ସହନଶୀଳତା ର ଅଭାବ ଓ ପାରସ୍ପରିକ ସମନ୍ୱୟ ର ଅଭାବ ଘରୋଇ ହିଂସା କୁ ବୃଦ୍ଧି କରୁଛି।ଏଥିପାଇଁ ପ୍ରତ୍ୟେକ ପରିବାରକୁ ଉପଯୁକ୍ତ ସଚେତନ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ଭୋଇ କହିଥିଲେ।ଉପ ଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଏସପି ସୌମ୍ୟ ରଞ୍ଜନ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,କ୍ରାଇମ କଣ୍ଟ୍ରୋଲ ବୋର୍ଡ ର ଇନିନ୍ସପେକ୍ଟର ସୁମତୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଘରୋଇ ହିଂସା ର କାରଣ, ନିରାକରଣ, ଆମ ସମସ୍ତ ଙ୍କ ସାମାଜିକ ଓ ପାରିବାରିକ ଦାୟିତ୍ୱ ,ନିରାକରଣ ପାଇଁ ବିବିଧ ସମାଧାନ ର ପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଷୟ ବିଶାରଦ ଭାବେ ଅଧିବକ୍ତା ମୋହନ ସୁନ୍ଦର ଜେନା, ଡ ପ୍ରଧାନ ଧୀରେନ ରାୟ ପ୍ରମୁଖ ଯୋଗ ଦେଇ ଘରୋଇ ହିଂସା ର ସଂଜ୍ଞା, ଆଇନରେ ଥିବା ନ୍ୟାୟ ବ୍ୟବସ୍ଥା, ଅଭିଯୋଗକାରୀ,ଅଭିଯୁକ୍ତ ସମ୍ପର୍କରେ ଆଇନ ବ୍ୟବସ୍ଥା, ଦଣ୍ଡ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ କୁ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ପରିଚାଳନା କରିଥିଲେ।ଏଥିରେ ବିଭିନ୍ନ ବ୍ଲକ ର ସିଡିପିଓ, ସୁପରଭାଇଜର, ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ଶେଷରେ ଜିଲ୍ଲା ସଂଯୋଜକ ବିଦ୍ୟାଧର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଘରୋଇ ହିଂସା ରୁ ମହିଳା ଙ୍କୁ ସୁରକ୍ଷା ଅଧିନିୟମ କର୍ମଶାଳା ଅନୁଷ୍ଠିତ।









