Home / ସଂସ୍କୃତି ଓ ପରମ୍ପରା / ଜୟ ମା କଟକ ଚଣ୍ଡୀ

ଜୟ ମା କଟକ ଚଣ୍ଡୀ

ଜୟ ମା କଟକ ଚଣ୍ଡୀ… ସବୁଠି ପାର୍ବଣ ହେଉଥିଲେ ମଧ୍ୟ କଟକ ରେ ସ୍ବତନ୍ତ୍ର ଭାବରେ ସମସ୍ତ ଶକ୍ତି ପୀଠ ମାନଙ୍କରେ ୧୬ ବେଶ ସହ ନିଆରା ଢଙ୍ଗରେ ପାଳନ କରାଯାଇଥାଏ ମା’ଙ୍କ ଶାରଦୀୟ ପୂଜା। ବିଶେଷତଃ କଟକ ର ଆରାଧ୍ୟ ଦେବୀ ମା’ #କଟକଚଣ୍ଡୀ ଙ୍କ ପାଖରେ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଦୀର୍ଘ ଷୋଳ ଦିନ ବ୍ୟାପୀ ଚାଲେ ସ୍ବତନ୍ତ୍ର ନୀତି କାନ୍ତି। ପବିତ୍ର #ମୂଳାଷ୍ଟମୀ ରେ ଦେବୀ ଙ୍କୁ ସହସ୍ର କୁମ୍ଭାଭିଷେକ କରାଯାଇ ରାଜରାଜେଶ୍ଵରୀ ବା ସୁନା ବେଶ ରେ ସଜ୍ଜାଇ ଦିଆଯାଇଥାଏ। ଦଶହରା ପର୍ଯ୍ୟନ୍ତ ଦେବୀ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି । ଘଣ୍ଟ ଘଣ୍ଟା ଯୋଡି ମହୁରୀ ନାଦରେ ପ୍ରକମ୍ପିତ ହୋଇ ଉଠେ ମନ୍ଦିର ପରିସର।

SPREAD YOUR LOVE WITH YOUR FRIENDS AND FAMILY

Leave a Reply