Home / ସଂସ୍କୃତି ଓ ପରମ୍ପରା / କାଳୀ ପୂଜା ଅବସରରେ ଉତ୍ସବ ମୁଖର ପୁରୀ ଜିଲ୍ଲା

କାଳୀ ପୂଜା ଅବସରରେ ଉତ୍ସବ ମୁଖର ପୁରୀ ଜିଲ୍ଲା

ଭାରତ ବର୍ଷ ରେ କାଳୀ ଆରାଧନା ରେ ଏକ ପ୍ରମୁଖ କ୍ଷେତ୍ର ଭାବେ ଖ୍ୟାତି ଲାଭ କରିଛି ତିନି ଭଉଣୀଙ୍କ ପୀଠ
ବୀରଗୋବିନ୍ଦପୁର ର ଦକ୍ଷିଣକାଳୀ, ସମଜାଜ ପୁରାର ମା ଉଗ୍ରତାରା କାଳୀ ଏବଂ ବୀର ପ୍ରତାପ ପରର ମା କାମରୂପା କାଳୀ।
ଐତିହାସିକ ଙ୍କ ମତ ଅନୁସାରେ ଆଜକୁ ନଅ ଶହ ବର୍ଷ ପୁରୁଣା କାହାଣୀ ସେତେବେଳେ ଶ୍ରୀକ୍ଷେତ୍ରକୁ ବାହ୍ୟ ଆସୁରୀ ଶକ୍ତିଙ୍କ ଠାରୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ଥାଆନ୍ତି ତନ୍ତ୍ର ସାଧିକା ନିତେଇ ଧୋବଣୀ। ବୀର ପ୍ରତାପ ପୁର ନିକଟସ୍ଥ ପୋଖରୀ ରେ ସ୍ନାନ ସମୟରେ ପାଣିରେ ଦେଖିବାକୁ ପାଇଲେ ଯେ ସୁଦୂର ଆସାମ କାମାକ୍ଷା ପୀଠରୁ ମା କାମାକ୍ଷା ଆସିଛନ୍ତି ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏବଂ ଏକ କରମଙ୍ଗା ଗଛରେ ଅବସ୍ଥାନ କରିଛନ୍ତି। ଏହା ଜାଣିବା ପରେ ନୀତେଇ ଧୋବଣୀ ମା ଙ୍କୁ ସେହିଠାରେ ଅବସ୍ଥାନ କରିବାକୁ ଅନୁରୋଧ କରିଥିଲେ ଏବଂ ସେବେଠାରୁ ମା କାମାକ୍ଷା କାମରୂପା କାଳୀ ଭାବରେ ସେହିଠାରେ ପୂଜା ପାଉଛନ୍ତି।


କାଳକ୍ରମେ ବଙ୍ଗାଳୀ ସାଧକ ମାନେ ମାଙ୍କ ଅବସ୍ଥାନ ର ସୂଚନା ପାଇ ସେଠାରେ ଆସି ପୁଜକରିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ବଂଶ ବୃଦ୍ଧି କାରଣରୁ ନିକଟତମ ଗ୍ରାମ ସମଜାଜ୍ ପୁରରେ ଏବଂ ବିରଗୋବିନ୍ଦ ପୁର ଗ୍ରାମକୁ କିଛି ଅଂଶୀଦାର ଯାଇ ମା କାଳୀଙ୍କ ପତିଚିତ୍ର ପୂଜା ଆରମ୍ଭ କରିଥିଲେ।
ସେବେ ଠାରୁ ରହି ଆସିଛି ତିନି ଭଉଣୀକାଳୀ ଙ୍କ ପୂଜା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply