୨୧ ବର୍ଷ ପୂର୍ବେ ଡିସେମ୍ବର ୧୩ ତାରିଖରେ ସଂସଦ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସହିଦମାନଙ୍କୁ ସଂସଦ ଭବନ ପରିସରରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ଯକ୍ଷ ଜଗଦୀପ୍ ଧନଖଡ଼,ଲୋକସଭା ବାଚସ୍ପତି ଓମ୍ ବିର୍ଲା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଟ୍ବିଟ୍ କରି ଶ୍ରୀ ମୋଦି କହିଛନ୍ତି ଯେ,” ୨୦୦୧ରେ ସଂସଦ ଆକ୍ରମଣ ସମୟରେ ସହିଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଆମେ ସେମାନଙ୍କ ସେବା,ବୀରତ୍ୱ ଓ ବଳିଦାନକୁ କେବେ ବି ଭୁଲିବୁ ନାହିଁ।”
ସୂଚନାଯୋଗ୍ୟ ଯେ,୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ପାଞ୍ଚ ଜଣ ଆତଙ୍କବାଦୀ ସଂସଦ ପରିସରକୁ ପଶି ବନ୍ଧୁକରେ ଆକ୍ରମଣ କରିଥିଲେ। ଫଳରେ ସୁରକ୍ଷାକର୍ମୀ ଓ ସଂସଦ କର୍ମଚାରୀଙ୍କୁ ମିଶାଇ ୯ ଜଣଙ୍କୁ ବୀରଗତି ପ୍ରାପ୍ତ ହୋଇଥିବାବେଳେ ଜଣେ କ୍ୟାମେରାମ୍ୟାନ ମୃତ୍ୟୁବରଣ କରିଥିଲେ। ୫ ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
ଏଥିପାଇଁ ୨୦୧୩ ମସିହାରେ ଅଫଜଲ ଗୁରୁକୁ ଫାଶୀ ଦଣ୍ଡ ଦିଆଯାଇଥିଲା।
ନରେନ୍ଦ୍ର ମୋଦିଙ୍କ ଟ୍ବିଟ୍:- http://surl.li/eatqd
୨୦୦୧ର ସଂସଦ ଆକ୍ରମଣ ସହିଦଙ୍କୁ ସଂସଦ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ











