Home / ମୁଖ୍ୟ ଖବର / ରାଜ୍ୟସ୍ତରୀୟ ମଙ୍ଗଳା କପ୍। ଜୁଭେନାଇଲ ସ୍ପୋଟିଂକୁ ହରାଇ କ୍ରାଉନ ସ୍ପୋର୍ଟଂ ଫାଇନାଲରେ

ରାଜ୍ୟସ୍ତରୀୟ ମଙ୍ଗଳା କପ୍। ଜୁଭେନାଇଲ ସ୍ପୋଟିଂକୁ ହରାଇ କ୍ରାଉନ ସ୍ପୋର୍ଟଂ ଫାଇନାଲରେ

କାକଟପୁର : ତା ୨୯/୧୨/୨୨

ପୁରୀ ଜିଲ୍ଲା କାକଟପୁର ର ମିନି ଷ୍ଟାଡିୟମ ଠାରେ ଚାଲିଥିବା ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ୍ ପ୍ରତିଯୋଗିତା
ର ଆଜି ଥିଲା ପ୍ରଥମ ସେମିଫାଇନାଲ ମ୍ୟାଚ। ଆଜି ର ମ୍ୟାଚ ଜୁଭେନାଇଲ ସ୍ପୋଟିଂ ଓ କ୍ରାଉନ ସ୍ପୋର୍ଟଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଜୁଭେନାଇଲ ସ୍ପୋଟିଂ ଟସ ଜିତି କ୍ରାଉନ ସ୍ପୋର୍ଟଂକୁ ବ୍ୟାଟିଂ କରିବାର ଆମନ୍ତ୍ରଣ କରିଥିଲା l ନିର୍ଦ୍ଧାରିତ ୨୫ ଓଭର ରେ ଦଳ 180 ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଜନ୍ମେଜୟ 47 ରନ ଓ ଶ୍ରବଣ 37ରନ କରିଥିବାବେଳେ ଜୁଭେନାଇଲ ର ବୋଲର ଅଭିଷେକ ଯାଦବ ଓ ସାଇଦୀପ ମହାପାତ୍ର ଉଭୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।ଏହାର ଜବାବ ରେ ଜୁଭେନାଇଲ ସ୍ପୋର୍ଟଂ ୧୮୧ ରନର ବିଜୟ ଲକ୍ଷ ନେଇ 24.3 ଓଭରରେ ସମସ୍ତ ୱିକେଟ୍ ହରାଇ 173 ରନ କରି ପରାଜୟ ସ୍ୱୀକାର କରିଛି l ଦଳ ପକ୍ଷରୁ ଆଶୀର୍ବାଦ ସ୍ୱାଇଁ 58 ଓ ସୁମିତ ଶର୍ମା 31 ରନ ସଂଗ୍ରହ କରିଥିଲେ ।କ୍ରାଉନ ପକ୍ଷରୁ ବୋଲିଂ କରି ବ୍ରତିସୁନ୍ଦର ବେହେରା 4ଟି ଓ ଜନ୍ମେଜୟ ଏବଂ ଦିଲୁ ବେହେରା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ l ଉନ୍ନତ ପ୍ରଦର୍ଶନ ପାଇଁ ବ୍ରତିସୁନ୍ଦର ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା l ପୁରସ୍କାର ପ୍ରଦାନ କରିଥିଲେ ବ୍ରାଣ୍ଡ ଫାକ୍ଟୋରୀର ପରିଚାଳକ ପିଆରୁ ଭାଇ, ଖୁଣ୍ଟିଆ ଲଜ ଆଣ୍ଡ ମଣ୍ଡପର ପରିଚାଳକ ସୌମ୍ୟକାନ୍ତ ଖୁଣ୍ଟିଆ, ମଙ୍ଗଳା କ୍ଲବର ଉପଦେଷ୍ଟା ତଥା କାକଟପୁର ପ୍ରେସ କ୍ଲବର ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ। ଅମ୍ପାୟର ଭାବେ ନିର୍ମଳ କୁମାର ମିଶ୍ର ଓ ଅୟସକାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ।ଭାଗବତ ସ୍ୱାଇଁ,
ଭବାନୀ କୁମାର, ପ୍ରଦୀପ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିବାବେଳେ ସ୍କୋରର ଭାବେ ସଚିନ ଓ ଲିକୁନ ଦାଇତ୍ୱ ତୁଲାଇଥିଲେ l ଶୁକ୍ରବାର ଦିନ ଦ୍ଵିତୀୟ ସେମିଫାଇନାଲ ରାମେଶ୍ୱର ସ୍ପୋଟିଂ ଓ ଏମସିସି କାକଟପୁର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ଜଣାଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply