Home / ଶିକ୍ଷା / ରାମକୃଷ୍ଣ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାମକୃଷ୍ଣ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

କାକଟପୁର ତା ୨୯/୧୨, ପୁରୀଜିଲ୍ଲା କାକଟପୁର ର ପ୍ରାଚୀ ୟୁଥ ଆଣ୍ଡ ସୋସିଆଲ ଅର୍ଗାନାଇଜେସନ ଦ୍ୱାରା ପରିଚାଳିତ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ରାମକୃଷ୍ଣ ଶିଶୁମନ୍ଦିରର ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ଦେବରାଜ ଦୀକ୍ଷିତଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆମେରିକାର ପ୍ରବାସୀ ଭାରତୀୟ ଇଂ ବାସୁଦେବ ରଥ ଯୋଗଦେଇ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରାଗଲେ ଶିକ୍ଷାର ମାନ ବୃଦ୍ଧି ପାଇପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ବୁକ୍ସ ରାପିଡ଼ ଏଜୁକେସନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶ୍ରୀମୟ ରଥ, କାକଟପୁର ମଣ୍ଡଳ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତି, ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ତଥା ମଙ୍ଗଳା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ,ଏବଂ ଅନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ ଶକୁନ୍ତଳା ଦାସ ଯୋଗଦେଇ ମା ମଙ୍ଗଳା ଙ୍କ ଫୋଟୋ ଚିତ୍ର ରେ ମାଲ୍ୟlର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ସଭା ଉଦଘାଟନ କରିଥିଲେ l ଅନୁଷ୍ଠାନର ସମ୍ପାଦକ ପ୍ରଭାତ ଦୀକ୍ଷିତ ବାର୍ଷିକ ବିବରଣୀ ପାଠ କରିବା ସହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ, ପ୍ରାଚୀ ୟୁଥ ସୋସିଆଲ ଅର୍ଗନାଇଜେସନ ସମ୍ପାଦକ ତଥା କାକଟପୁର ପଂଚାୟତ ର ସମିତି ସଭ୍ୟ ସମରେନ୍ଦ୍ର ଦୀକ୍ଷିତ ଏହି କାର୍ଯ୍ୟକ୍ରମ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକଙ୍କୁ ଅଗାଧୁ ରଥ ଶିକ୍ଷା ସମ୍ମାନ ଓ କାକଟପୁର ବ୍ଲକ ଉପାଦକ୍ଷା ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁଙ୍କୁ କମଳା ଦେବୀ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ପରିଶେଷରେ ଅନୁଷ୍ଠାନର ଛାତଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା.

SPREAD YOUR LOVE WITH YOUR FRIENDS AND FAMILY

Leave a Reply