କାକଟପୁର ତା 14/9,(ତୁଷାର ଦୀକ୍ଷିତ )କାକଟପୁର ପଞ୍ଚାୟତ ଅନ୍ତର୍ଗତ ହାଟସାହି ଗ୍ରାମର ଉପେନ୍ଦ୍ର ଚାନ୍ଦ ଙ୍କ ପୁଅ ପ୍ରତାପ ଚାନ୍ଦ ଙ୍କ କ୍ଷେତ୍ରରେ ଘଟିଛି ଏକ ଅଭାବନୀୟ ଘଟଣା l ଗତ ୭ ମାସ ଭିତରେ ବାପା ଏବଂ ବୋଉଙ୍କୁ ହରାଇ ଅନାଥ ହୋଇପଡିଛନ୍ତି ପ୍ରତାପ l ମୁତ୍ୟୁ ପରେ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ସମସ୍ତ ଙ୍କ ପାଇଁ ରାହା ପାଲଟି ଥିବା ବେଳେ ପ୍ରତାପ ଙ୍କ ପାଇଁ ଏହା ପାଲଟିଛି ସାତସପନ l ପ୍ରତାପ କାକଟପୁର ବଜାରରେ ଜରିପାଲ ପକାଇ ଏକ ପାନ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବାବେଳେ ପଞ୍ଚାୟତ ପକ୍ଷରୁ ଅଦ୍ୟାବଧି ବିଜୁ କୁଡ଼ିଆ କିମ୍ବା ପ୍ରଧାନ ମନ୍ତ୍ରୀ ଆବାସ ପାଇବା ପାଇଁ ଯୋଗ୍ୟ ହୋଇନାହାନ୍ତି l ନିର୍ବାଚନ ଆସିଲେ ସ୍ଥାନୀୟ ନେତାମାନେ ପ୍ରତାପ ଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପ୍ରତିଶୃତି ପରେ ପ୍ରତିଶୃତି ଦେଇଚାଲିଥିବାବେଳେ ସେ ଆଜି ପର୍ଯ୍ୟନ୍ତ ସରକାରଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ସାମିଲ ହୋଇପାରିନାହାନ୍ତି l ଏ ସଂକ୍ରାନ୍ତରେ କାକଟପୁର ସରପଞ୍ଚ ଅଭୟ ସେଠୀ ଙ୍କୁ ପଚାରିବାରେ ପ୍ରୋସେସିଂ ରେ ଅଛି ବୋଲି କୁହନ୍ତି l ଯଦି ପ୍ରତାପ ଙ୍କ ଉପରେ ସରକାର ଙ୍କ ଦୃଷ୍ଟି ପଡେ ତେବେ ପ୍ରତାପ ନିଜକୁ ଏବଂ ନିଜ ପରିବାର କୁ ସ୍ୱଛଳ ହୋଇପାରନ୍ତେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି l
ପ୍ରତାପ ଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନା ସାତସପନ










