Home / ମୁଖ୍ୟ ଖବର / ପବିତ୍ର ଜାଗର ଉପଲକ୍ଷେ ଓଁ ନମଃ ଶିବାୟ ରେ କମ୍ପୁଛି ବାବା ସୋମେଶ୍ୱର ପୀଠ

ପବିତ୍ର ଜାଗର ଉପଲକ୍ଷେ ଓଁ ନମଃ ଶିବାୟ ରେ କମ୍ପୁଛି ବାବା ସୋମେଶ୍ୱର ପୀଠ

କାକଟପୁର 18/2 :-ସେ ସତ୍ୟ, ସେ ସୁନ୍ଦର ଓ ଦେବ ଙ୍କ ଭିତରେ ଦେବ ଦେବ ମହାଦେବ ଙ୍କ ଅତିପ୍ରିୟ ଜାଗର, ଭକ୍ତ ମାନଙ୍କ ଅତି ଆକାଂକ୍ଷିତ ମହାଶିବ ରାତ୍ରି ଉପଲକ୍ଷେ ପ୍ରାଚୀ ଉପତ୍ୟକା ର ପ୍ରତିଟି ଶୈବ ପୀଠ ଶୈବ ଉତ୍ସବମୁଖର ହୋଇ ଥିଲା l ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ଏହି ଜାଗର ପାଳନ କରାଯାଏ l ମୁନି ସନତ ଙ୍କ ମତରେ ଦେବ ଦେବ ମହାଦେବ ଙ୍କୁ ପ୍ରସନ୍ନ କରିବାର ଦଶ ଗୋଟି ବ୍ରତ ମଧ୍ୟରୁ ମହାଶିବ ରାତ୍ରି ଵା ଜାଗର ବ୍ରତ ସର୍ବଶ୍ରେଷ୍ଠ ଓ କାମପ୍ରଦ ଅଟେ l ମହାଦେବ ଶଙ୍କର ଙ୍କ ଦ୍ୱାରା ଏହିଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକମତ ରହିଛି l ପୌରାଣିକ ମତରେ ସମୁଦ୍ର ମନ୍ଥନ ସମୟରେ ସେଥିରୁ ନିର୍ଗତ ସମସ୍ତ ବିଷ ପାନ କରି ଧରାକୁ ଏକ ଆସନ୍ନ ଧ୍ବଂସ ମୁଖରୁ ଉଦ୍ଧାର କରିଥିଲେ l ଏହି ବିଷ ପାନ ଜ୍ୱାଳା ରେ ମହାଦେବ ମୁର୍ଚ୍ଛା ଯାଇଥିଲେ l ତାଙ୍କର ସଂଜ୍ଞା ଫେରିବା ପର୍ଯ୍ୟନ୍ତ ଦେବତା ମାନେ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ କରି ରାତ୍ରି ଉଜାଗର ରହି ବସିଥିଲେ l ସେହିଦିନ କୁ ମନେପକାଇବା ପାଇଁ ଶ୍ରଦ୍ଧାଳୁ ମାନେ ମହାଶିବ ରାତ୍ରି ପାଳନ କରି ଥାଆନ୍ତି l ଏହି ଦିନରେ ମହାଦେବଙ୍କୁ କେତକୀ, ଚମ୍ପା, ଦୂରଦୁରା, ଲଗାଯାଇଥାଏ, ଠାକୁରଙ୍କୁ ଅଭିଷେକ କରାଯିବା ପରେ ଧୂପ ହୋଇ ମନ୍ଦିର ପରିକ୍ରମା କରି ମହା ଦୀପ କୁ ମନ୍ଦିର ଚୂଡ଼ାକୁ ସେବାୟତ ଙ୍କ ଦ୍ୱାରା ଉଠା ଯାଇଥାଏ, ଏହି ବ୍ରତ କରିବା ଦ୍ୱାରା ଭକ୍ତ ମାନଙ୍କ ସମସ୍ତ ବିପଦ ମହାଦେବ ହରଣ କରିଥାନ୍ତି l ସେହି କାରଣ ରୁ ଜାଗର ରେ ସମସ୍ତ ଶୈବ ପୀଠ ଯଥା ସୋମେଶ୍ୱର, ଶୀଧେଶ୍ୱର, ହରିନାଥ, ବାଲିକପିଳେଶ୍ୱର, ଅମରେଶ୍ୱର, ଶଙ୍କରେଶ୍ୱର, ଇତ୍ୟାଦି ପୀଠ ରେ ଭକ୍ତ ମାନେ ଦୀପ ପ୍ରଜ୍ବଳନ କରି, ସାରାଦିନ ଉପବାସ ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ବ୍ରତ ରଖିଥିଲେ l ରାତ୍ରି ଏଗାର ଟା ତିରିଶ ରେ ମହାଦୀପ ଉଠିବା ପରେ ଭକ୍ତ ମାନେ ବ୍ରତ ଉଦଯାପନ କରିଥିଲେ l ହଜାର ହଜାର ଶୈବ ଭକ୍ତ ଙ୍କ ହର ହର ମହାଦେବ ଧ୍ୱନି ରେ ପ୍ରକମ୍ପିତ ହୋଇଉଠିଥିଲା ସମସ୍ତ ଅଂଚଳ l ମନ୍ଦିର ଗୁଡିକୁ ବିଭିନ୍ନ ଆଲୋକ ମାଳା ରେ ସଜ୍ଜିତ କରାଯାଇ ଥିଲାବେଳେ, ଅଷ୍ଟପ୍ରହରୀ ନାମଯଜ୍ଞ ସ୍ଥାନୀୟ ବାସିନ୍ଦା ମାନଙ୍କ ଦ୍ୱାରା କରାଯାଇଥିଲା l ସ୍ଥାନୀୟ ସୋମେଶ୍ୱର ପୀଠ ରେ ସେବକ ସମିତି ତରଫରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ସୁବ୍ୟବସ୍ଥା ସହିତ ଭକ୍ତ ମାନେ କିପରି ସୁବିଧାରେ ଦୀପ ଜାଳି ପାରିବେ ସେଥିପାଇଁ ସମସ୍ତ ଵେବସ୍ତା କରାଯାଇଥିଲା l ମହାଦୀପ ଉଠିବା ପରେ ସମସ୍ତ ଭକ୍ତ ମହାପ୍ରସାଦ ସେବନ କରି ବ୍ରତ ଉଦଯାପନ କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply