ନୟାଗଡ଼, ତା-୨୬.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ବେଟି ବଚାଓ ବେଟି ପଢାଓ BBBP ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ଶିବିରରେ ଜିଲ୍ଲାର DLSA ସେକ୍ରେଟାରୀ ଅଞ୍ଜଳି ମଛକୁଣ୍ଡ ଉତ୍ସ ସମ୍ପାଦକ ଭାବରେ ଯୋଗଦେଇଥିଲେ।ADM ଶ୍ରୀ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ ଶ୍ରୀ କର୍ଣ୍ଣଦେବ ସମାଦାର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁଷ୍ପଲତା ପାତ୍ର, PO Cum PO – ଶ୍ରୀମତୀ ଜୟଶ୍ରୀ ପ୍ରଧାନ, ମହିଳା ସଶକ୍ତିକରଣ ର ଜିଲ୍ଲା ସଂଯୋଜକ ନୟାଗଡ଼ ଶ୍ରୀ ସୌମ୍ୟ ରଞ୍ଜନ ଦାଶ ସମସ୍ତ ମଞ୍ଚାସୀନ ଅତିଥି ଉପସ୍ଥିତ ରହି BBBP ଉପରେ ଆଲୋଚନା କରିବା ସହିତ ଉପସ୍ଥିତ ଥିବା ସହିତ ବିଭିନ୍ନ ଜିଲ୍ଲା ସ୍ତରୀୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ଏବଂ DLSA ସେକ୍ରେଟାରୀ ସମସ୍ତଙ୍କ ସହିତ ଆଲୋଚନ କରି କିପରି ଭାବରେ ନୟାଗଡ଼ ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳରେ ଭୃଣ ହତ୍ୟା ନ ହେବ ସେ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ଏବଂ ଉପରିସ୍ଥ ସମସ୍ତ କାର୍ଯ୍ୟକ୍ରମକୁ District Hub Empowernment of women ର ସମସ୍ତ କାର୍ଯ୍ୟକ୍ରମକୁ ତୁଲାଇଥିଲେ। ପରିଶେଷରେ DSWO ସମସ୍ତ ଙ୍କୁ ସାଧୁବାଦ ଦେଇ ସଭା ସାଙ୍ଗ କରିଥିଲେ।
ନୟାଗଡ଼ରେ କନ୍ୟା ଆମର ଅମୂଲ୍ୟ ରତ୍ନ, ଭଲରେ ନେବା ତାହାରି ଯତ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ।











