Home / ମୁଖ୍ୟ ଖବର / ସଇତାନ ସାଜିଲେ ଶାଶୁଘର ଲୋକେ

ସଇତାନ ସାଜିଲେ ଶାଶୁଘର ଲୋକେ

ଏହି କଳିଯୁଗରେ ନିଜର ଭଗବାନ କେତେବେଳେ ସାଜି ଯାଏ ସଇତାନ କେବେ ଜଣା ପଡ଼େନା, ବିବାହ ବେଦିରେ ଅଗ୍ନିକୁ ସାକ୍ଷୀ ରାଖୀ ସାତଜନ୍ମର ସାଥୀ ହେବାକୁ ଶପଥ କରିଥିବା ସ୍ବାମୀ କେତେବେଳେ ଯେ ଜମ ପଲଟିଯିବ କେହିକେବେ ବିଶ୍ୱାସ କରିନଥିଲେ।

ହଁ ଆଜ୍ଞା ଆମେ କହୁଛୁ ପୁଣି ଏକ ନିରୀହ ନାରୀର ହତ୍ୟାକାଣ୍ଡର କାହାଣୀ…
ସତ୍ୟବାଦୀ ମଧୁବନ ପଞ୍ଚାୟତ ଡାହାଣ କୁମ୍ଭାର ପଡ଼ା ଗ୍ରାମର ୨୬ ବର୍ଷ ବୟସ୍କା ରଶ୍ମିତା ମଲିକ୍ ର କାହାଣୀ, ଶ୍ରଦ୍ଧାରେ ଘରେ ଡାକନ୍ତି ଇତୁନା ବୋଲି।
ଅତି ଅଲିଅଳି ରେ ବାପା ମା ବଢ଼ାଇଥିଲେ ଝିଅଙ୍କୁ ଆଉ ସ୍ବପ୍ନ ଦେଖିଥିଲେ ଭଲ ଘରେ ବହାଦେଇ ଶାନ୍ତିରେ ରଖିବେ ଝିଅକୁ। ଗତ ୧୪ ମାସ ହେବ ବାହା ଦେଇଥିଲେ ପିପିଲି ଥାନା ମଙ୍ଗଳପୁର ନିକଟସ୍ଥ ଗୋକନ ଗ୍ରାମର ଗଦାଧର ମଲ୍ଲିକଙ୍କ ପୁଅ ପ୍ରକାଶ ମାଲିକଙ୍କ ସହିତ। କିନ୍ତୁ ଭାଗ୍ୟର ବିଡମ୍ବନା ବାହାଘର ହେବାର କିଛି ମାସ ହୋଇଛି ଝିଅ ଚାଲିଗଲା ଆରପାରିକୁ, ନିଜର ଦୁଇ ମାସର କୁନି ଝିଅଟି ହୋଇ ଯାଇଛି ମା ଛେଉଣ୍ଡ। ରଶ୍ମିତା ଙ୍କ ଘର ଲୋକ କହିବା ମୁତାବକ କିଛି ଦିନ ତଳେ ରଶ୍ମିତା ବାପ ଘର କୁ ଆସିଥିଲେ ନିଜ ଦୁଇ ମାସର ଝିଅକୁ ଧରି। କେବେ କହିନଥିଲେ ନିଜ ସ୍ବାମୀ ସହିତ ମତନ୍ତରର କଥା। କିନ୍ତୁ ଗତ ୨୧ ତାରିଖ ରାତିରେ ଖବର ଆସିଲା ଝିଅ ବିଷ ପିଇ ଦେଇଛି ତୁରନ୍ତ ଆସିବାକୁ, ଡାକ୍ତର ଖାନାରେ ପହଞ୍ଚିଲା ବେଳକୁ କିନ୍ତୁ ବହୁତ୍ ଡେରି ହୋଇଯାଇଥିଲା, ଆଉ ସବୁଦିନ ପାଇଁ ଲିଭିଯାଇଥିଲା ରଶ୍ମିତା ଙ୍କ ଜୀବନ ଦୀପ। ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଝିଅକୁ ହତ୍ୟା କରାଯାଇଛି କାରଣ ଡାକ୍ତରଖାନାରେ ଝିଅର ଶବକୁ ଛାଡ଼ି ଶାଶୁ ଘର ଲୋକ ସମସ୍ତେ ହୋଇଯାଇଛନ୍ତି ଫେରାର। କିନ୍ତୁ ସନ୍ଦେହର କଥା ମୃତ୍ୟୁ ପୂର୍ବରୁ ସେ ହାତରେ ଲେଖି ଦେଇ ଯାଇଛି ପାଞ୍ଚଜଣ ବୋଲି।

ନ୍ୟାୟ ଅପେକ୍ଷାରେ ଅଛନ୍ତି ଗୋଟେ ନିରୀହ ଝିଅର ପରିବାର …

SPREAD YOUR LOVE WITH YOUR FRIENDS AND FAMILY

Leave a Reply