Home / ଭିଡିଓ ଖବର / BCE କ୍ଲବ୍ ର ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ମହାମହିମ ରାଜ୍ୟପାଳ

BCE କ୍ଲବ୍ ର ପ୍ରତିଷ୍ଠା ଦିବସ ରେ ଯୋଗଦେଲେ ମହାମହିମ ରାଜ୍ୟପାଳ

ଭୁବନେଶ୍ବର ର ପଦ୍ମଜା ପ୍ରିମିୟମ ହୋଟେଲ ର ସଭା ଗୃହରେ ଅନୁଷ୍ଟିତ ହୋଇଯାଉଛି ବିଶିଇ କ୍ଲବ୍ ର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ
ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶି ଲାଲ, ସମ୍ମାନୀତ ଅତିଥି ଭାବରେ ଆକାଶ ଦାସ ନାୟକ ଅଧ୍ୟକ୍ଷ ମୋ କଲେଜ ଓଡ଼ିଶା ସରକାର, ସାଂସଦ ଅମର ପଟ୍ଟାୟକ ଏବଂ ଆଇଏଏସ ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।

ପରେ ପରେ ଅତିଥି ମାନଙ୍କ ଦ୍ଵାରା ଏକ ସୋଭେନିଅର୍ ଉନ୍ମୋଚନ କରାଯାଇ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ବଣ୍ଟନ କରାଯାଇଥିଲା। ଓଡିଶାର ଆଗଧାଡିର ବ୍ୟବସାୟୀ ତଥା ଉଦ୍ୟୋଗପତି ମାନଙ୍କୁ ନେଇ ୨୦୨୧ ରୁ ପ୍ରତିଷ୍ଠିତ ହୋଇଥିବା ଏହି ସଂଗଠନ ଆଗକୁ ଗ୍ରାମାଞ୍ଚଳର ଉଦ୍ୟୋଗୀ ମାନଙ୍କୁ ଉନ୍ନତି ପଥରେ ଆଗେଇନେବାକୁ କହିଛନ୍ତି ପ୍ରତିଷ୍ଠାତା ସଦସ୍ୟ ଶେକ୍ ଅବଦୁଲ୍ ସମିମ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୦୦ ରୁ ଉର୍ଦ୍ଧ ଉଦ୍ୟୋଗୀ ମାନଙ୍କୁ ସାମିଲ କରାଯାଇ ସେମାନଙ୍କ ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା। ଏହି ଅବସରରେ କାଦମ୍ବିନୀ ର ପ୍ରତିଷ୍ଠାତା ଡ଼ ଇତି ସାମନ୍ତ ଯୋଗଦାନ କରି ବିଶିଇ କ୍ଲବ୍ ଓଡ଼ିଶାର ବ୍ୟବସାୟୀ ମାନଙ୍କ ପାଇଁ ବହୁତ୍ ଭଲ କାମ କରୁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି।

ଆଜିର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଡ଼ ସଞ୍ଜୀବ ଚୌଧୁରୀ, ବଦ୍ରିନାରାୟଣ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି ଅବସରରେ ଅନୁଷ୍ଠାନରେ ନୂତନ ଭାବରେ ଯୋଗଦାନ କରିଥିବା ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply