Home / ରାଜନୀତି / ରାଜସ୍ବ ଅଧିକାରୀଙ୍କୁ ମାଟି ମାଫିଆଙ୍କ ଆକ୍ରମଣ, ସତ୍ୟବାଦୀ ପୋଲିସ୍ କଲା ଗିରଫ

ରାଜସ୍ବ ଅଧିକାରୀଙ୍କୁ ମାଟି ମାଫିଆଙ୍କ ଆକ୍ରମଣ, ସତ୍ୟବାଦୀ ପୋଲିସ୍ କଲା ଗିରଫ

କିଛି ଦିନ ହେବ ସାକ୍ଷୀଗୋପାଳର ବିଭିନ୍ନ ଅଞ୍ଚଳରେ ଦେଖାଦେଇଛି ମାଟି ମାଫିଆଙ୍କ ଆତଙ୍କରାଜ।କେତେବେଳେ ସରକାରୀ ଜମି ତ କେତେବେଳେ ନଦୀ ବନ୍ଧରୁ ମାଟି ଖୋଳି ରାତାରାତି କରୁଛନ୍ତି ଚୋରା ଚାଲାଣ। ଏହି କାରାନାମାକୁ ନଜରରେ ରଖି ଗତକାଲି ତା ୧୮.୫.୨୩ ରିଖ ସକାଳ ୧୦ ଘଣ୍ଟା ସମୟର ରୟାଖଣ୍ଡି ପଞ୍ଚାୟତର ରାଜସ୍ବ ଅଧିକାରୀ ସଦଳବଳେ ସୁଆଁଲ ଅଞ୍ଚଳର ଏକ ଜମିରୁ ମାଫିଆ ମାନେ ବେଆଇନ ମାଟି ଉଠାଇ ଚାଲାଣ କରୁଥିବାର ଖବର ପାଇ ଚଢାଉ କରିବା ସମୟରେ ମାଫିଆ ମାନେ ତାଙ୍କୁ ଆକ୍ରମଣ କରିବା ସହିତ ଗାଳିଗୁଲଜ କରି ଗାଡି ଚଢାଇ ଦେବାକୁ ଉଦ୍ୟମ କରିଥିଲେ । ଯାହାଦ୍ୱାରା ସେ ତାଙ୍କର ସରକାରି କାର୍ଯ୍ୟ ସଠିକ ଭାବେ ସମ୍ପାଦନ କରିବାରେ ବିଫଳ ହୋଇଥିଲେ। ଏହି ସମ୍ବନ୍ଧରେ ସତ୍ୟବାଦୀ ତହସିଲଦାରଙ୍କ ରିପୋର୍ଟ ଆଧାରରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ଯାହାର ନମ୍ବର୍ 169/2023 । ଏହି ମାମଲାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗୁରୁତର ସହିତ ନେଇ ତାଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନକରାଯାଇ IIC ସତ୍ୟବାଦୀ ଙ୍କ ନେତୃତ୍ୱରେ ବିଭିନ ଜାଗାରେ ଚଢାଉ କରି ଦୁଇ ଜଣ ଆସାମୀଙ୍କୁ ଗିରଫ କରାଯାଇଛି ଓ ଘଟଣାରେ ସମ୍ପୃକ୍ତ ଏକ ଟ୍ରାକ୍ଟର ଗାଡିକୁ ମଧ୍ୟ ଜବତ କରାଯାଇଛି। ଆଜି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ।
ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଉପ ଆରକ୍ଷୀ ଅଧିକ୍ଷକ ପୁରୀ ଏବଂ ଶ୍ରୀ ଦେବଦତ୍ତ ବରାଳ, SDPO ପିପିଲି ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତରେ ସହାୟତା କରୁଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସତ୍ୟବାଦୀ ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply