କାକଟପୁର 16/6 ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ରେ ସାଧାରଣ ଜନଜୀବନ ଅସ୍ତ ବ୍ୟସ୍ତ ହୋଇଯାଉଥିବା ବେଳେ ବିଦ୍ୟୁତ କମ୍ପାନୀ ଟାଟା ପାୱାର ର ଅଘୋଷିତ ବିଦ୍ୟୁତ କାଟ ସମସ୍ୟା କୁ ଦୁଇ ଗୁଣିତ କରିଛି l ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ କାକଟପୁର ବିଜେପି ଦଳର ନେତା ଓ ଶତାଧିକ କର୍ମୀ ମାନେ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ବଜାର ପରୀକ୍ରମା କରି ବିଭିନ୍ନ ନାରା ଦେଇ କାକଟପୁର ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କ ନେତୃତ୍ୱରେ ଓ ଯୁବ ସଂଗଠକ ସୁଦାମ ସ୍ୱାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବିକ୍ଷୋଭ ରେ ପୂର୍ବତନ ବିଧାୟକ ପ୍ରାର୍ଥୀ ଈଶ୍ଵର ବେହେରା,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମଙ୍ଗଳା ପ୍ରସାଦ ସାମନ୍ତରାୟ, ଲଳିତ ରଥ, ମଣ୍ଡଳ ସଭାପତି ସରୋଜ ମିଶ୍ର, ଉପେନ୍ଦ୍ର ସୁବୁଦ୍ଧି, ଦୀନବନ୍ଧୁ ମହାନ୍ତି, ପ୍ରଭାକର ନାୟକ, ଗୋଲେଖ ପ୍ରଧାନ, ନଟବର ସ୍ୱାଇଁ, ଅଧିକାରୀ ବେହେରା, ମଙ୍ଗଳା ପରିଡ଼ା, ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଓ ଟାଟା କମ୍ପାନୀ ର ମଧୁ ଚନ୍ଦ୍ରିକା କୁ ତୀବ୍ର ସମାଲୋଚନା କରିବା ସହିତ ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ସହିତ (2021) ମସିହାରୁ ଅନୁମୋଦିତ ହୋଇ କାର୍ଯ୍ୟ ଆରମ୍ଭ ହୋଇ ନଥିବା ଗଣିପୁର, କାକଟପୁର 33 kv ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ କୁ ଆରମ୍ଭ କରିବା ପାଇଁ ଦାବି କରିଥିଲେ l ଦଳ ପକ୍ଷରୁ ଏକ ଦାବିପତ୍ର ରାଜ୍ୟପାଳ ଙ୍କ ଉଦେଶ୍ୟରେ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା
Social Icons
Featured Posts











