Home / ସଂସ୍କୃତି ଓ ପରମ୍ପରା / ଜୟ ଶ୍ରୀଜଗନ୍ନାଥ – ଏକ ରେଖାଙ୍କନ

ଜୟ ଶ୍ରୀଜଗନ୍ନାଥ – ଏକ ରେଖାଙ୍କନ

ଶ୍ରୀଜଗନ୍ନାଥ ମହାପ୍ରଭୁ, ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଅଟନ୍ତି। ନୀଳାଦ୍ରୀ ମହୋଦୟ ବର୍ଣ୍ଣନା ଅନୁସାରେ, ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଏବଂ ପ୍ରତି ଓଡିଆ ଘରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହ ଓ ଚିତ୍ର ପ୍ରତିମାରେ ଭକ୍ତି ଓ ଶ୍ରଦ୍ଧା ସହ ସାମର୍ଥ୍ୟ ଅନୁସାରେ ଅର୍ଚ୍ଚିନା ପୂର୍ବକ “ଜୟ ଶ୍ରୀଜଗନ୍ନାଥ” ଜପ କରିବା ଉଚିତ । ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁଙ୍କ ସେବାପୂଜାଠାରୁ ଅଧିକ ମହାପ୍ରଭୁଙ୍କ ଆନ୍ତରିକ ଭକ୍ତ ମାନଙ୍କର ସେବା ଅଟେ। ତେଣୁ ଗରିବ, ଅବହେଳିତ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ କରିଲେ କୋଟି ପୁଣ୍ୟର ଫଳ ମିଳେ। ପ୍ରତ୍ୟେକ ଶ୍ରୀଜଗନ୍ନାଥ ଭକ୍ତ ଦାନ ଓ ଧର୍ମ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅନନ୍ତ କୃପା ଲାଭ କରନ୍ତୁ। ସମଗ୍ର ବିଶ୍ଵରେ ମହାପ୍ରଭୁଙ୍କ ଅପାର କରୁଣା ଓ ମହିମାର ପ୍ରଚାର ଓ ପ୍ରସାର କରିବା ପାଇଁ କଳା କ୍ଷେତ୍ର (ଆନ୍ତର୍ଜାତୀୟ ଶିକ୍ଷା ନିଯୁକ୍ତି ଏବଂ ସଶକ୍ତିକରଣ ପରିଷଦ ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମିଡିଆ ଟେକ୍ନୋଲୋଜିଙ୍କ ମିଳିତ) ଉଦ୍ୟମରେ “ଜୟ ଶ୍ରୀ ଜଗନ୍ନାଥ – ଏକ ରେଖାଙ୍କନ” ପ୍ରସ୍ତୁତ କରାଯାଇଛି । ଉତ୍କଳିୟ ପରମ୍ପରାରେ ଆମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଯେ କେବଳ ଏକ ଚେତନା ନୁହନ୍ତି, ସେ ଆମର ଜଣେ ମାର୍ଗଦର୍ଶିକ ଓ ପରିବାରର ସଦଶ୍ୟ ମଧ୍ୟ, ତାଙ୍କରି ୧୦୮ ବିଭିନ୍ନ ନାମକୁ ଆମେ ନିତ୍ୟ ଜପ କଲେ , ଅନେକ ପୁଣ୍ୟ ଫଳ ମିଳେ । ପ୍ରତେକ ଭକ୍ତ ଙ୍କ ସୁବିଧା ନିମନ୍ତେ, ବହୁତ କଷ୍ଟର ସହିତ ଏହି ” ଜୟ ଶ୍ରୀ ଜଗନ୍ନାଥ – ଏକ ରେଖାଙ୍କନ” ଭିଡ଼ିଓ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ତିଆରି କରାଯାଇଛି । ଏହି ଭିଡ଼ିଓରେ ପ୍ରଭୁଙ୍କ ୩୦ରୁ ଅଧିକ ବେଶ ସହିତ ଓ ଶାସ୍ତ୍ର ବର୍ଣିତ ୧୦୮ ବିଭିନ୍ନ ନାମକୁ ଦେଖି, କଳା କ୍ଷେତ୍ରର ଏହି ପ୍ରୟାସକୁ ସାଫଲ୍ୟ ମଣ୍ଡିତ କରିବାକୁ ଅନୁରୋଧ କରାଯାଉଛି।

ତା ୧୩/୦୬/୨୦୨୩ ରିଖ ଦିନ – ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ, ଭୁବନେଶ୍ୱରସ୍ଥିତ ରାଜଭବନରେ କଳା କ୍ଷେତ୍ର ପ୍ରସ୍ତୁତି “ଜୟ ଶ୍ରୀଜଗନ୍ନାଥ – ଏକ ରେଖାଙ୍କନ” ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣୋଶୀ ଲାଲ କହିଲେ, ଏ ମାଟିର ସର୍ବଜନପ୍ରିୟ ଦେବତା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ସଠିକ ମାର୍ଗରେ ହୋଇପାରିଲେ ଲୋକମାନଙ୍କ ମନରେ ଭକ୍ତି ଶ୍ରଦ୍ଧା ଓ ସ୍ନେହ ମନୋଭାବ ସୃଷ୍ଟି ହେବା ସଂଗେ ସଂଗେ ଆଧ୍ୟାତ୍ମିକ କ୍ଷେତ୍ରରେ ସେମାନଙ୍କୁ ସଠିକ ମାର୍ଗରେ ପରିଚାଳିତ ହେବା ପାଇଁ ଦିଗ୍‌ଦର୍ଶନ ଦେଇପାରିବ। ଶ୍ରୀମନ୍ଦିର ଛତିଶା ନିଯୋଗର ମୁଖ୍ୟ ନାୟକ ତଥା ମୁଖ୍ୟ ସେବକ ଶ୍ରୀ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଏହାକୁ ମଙ୍ଗଳମୟ ଶ୍ରୀଜଗନ୍ନାଥଙ୍କୁ ମାନବ ସମାଜତରଫରୁ ଏକ ଅର୍ଘ୍ୟ ଓ ମାନବ ସମାଜ ଠାରୁ ଆରମ୍ଭ କରି ସମସ୍ତ ଜୀବ ଜଗତକୁ କରୁଣା ବାରିଧିରୁ ଆଶୀର୍ବାଦ ଦେଇ ସମସ୍ତଙ୍କୁ ଆଶୀର୍ବାଦ କରିବେ ବୋଲି ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି । ଶ୍ରୀକ୍ଷେତ୍ର ଧାମର ଅନ୍ୟତମ ସେବକ ଶ୍ରୀଜୟନାରୟଣ କହିଥିଲେ ଯେ, ଏହା ସର୍ବମଙ୍ଗଳ ପାଇଁ ଉଦ୍ଦିଷ୍ଟ ଏବଂ ଈଶ୍ୱର ପ୍ରେରିତ । ପୁରୀସ୍ଥିତ ମହିପ୍ରକାଶ ମଠର ମହନ୍ତ ଶ୍ରୀ ଶୁଭବାନନ୍ଦ ମହାରାଜ କଳା କ୍ଷେତ୍ରର ଏହି ଉଦ୍ୟମ ଯୋଗୁଁ ମାନବ ସମାଜର ଅଶେଷ କଲ୍ୟାଣ ହେବା ସହ ଜଗନ୍ନାଥଙ୍କର ଅଷ୍ଟୋତ୍ତର ଶତନାମାବଳୀ ଜୀବଜନ୍ତୁଙ୍କ କାନରେ ପଡିଲେ ମଧ୍ୟ ସେମାନେ ବିପଥଗାମୀ ହେବାରୁ ନିଜକୁ ରକ୍ଷା କରିପାରିବେ ବୋଲି ଏହି ଅବସରରେ ଉଲ୍ଲେଖ କରିଥିଲେ ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply