Home / ମୁଖ୍ୟ ଖବର / କୃଷିକାର୍ଯ୍ୟ କରିବାକୁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି ଚାଷୀ,

କୃଷିକାର୍ଯ୍ୟ କରିବାକୁ ଆଉ ଇଚ୍ଛା ପ୍ରକାଶ କରୁନାହାନ୍ତି ଚାଷୀ,

କାକଟପୁର ତା ୨୨/୭,କୃଷି କ୍ଷେତ୍ରରେ କେତକ ମୌଳିକ ସମସ୍ୟା ଯୋଗୁଁ କୃଷକ ଚାଷରୁ ମୁହଁ ଫେରାଇବାରେ ଲାଗିଛନ୍ତି l ଏହି ସମସ୍ୟା ସବୁ ସରକାରଙ୍କୁ ଜଳଜଳ ହୋଇ ଦିଶୁଥିଲେ ମଧ୍ୟ ତାହା କୃଷି ଓ କୃଷକ ମାନଙ୍କ ଉପରେ ଥିବା ସରକାରଙ୍କ ଆନ୍ତରିକତା କୃଷକ ଆତ୍ମହତ୍ୟା, କୃଷକ ଆତ୍ମହତ୍ୟାର ତଥ୍ୟ ଲୁଚାଇ ରଖିବା ଓ ନିର୍ବାଚନ ସମୟରେ କୃଷକ ମାନଙ୍କୁ ଲୋଭାନ୍ୱିତ କରିବା ପାଇଁ ବ୍ୟାଙ୍କ ଖାତାରେ ସ୍ୱଳ୍ପ ସମୟ ପାଇଁ ଟଙ୍କା ପ୍ରଦାନ ଆଦି ଦେଖିବାକୁ ମିଳିଛି ।ଏହି ସବୁ ମୌଳିକ ସନସ୍ୟା ପାଇଁ ସେମାନଙ୍କର ଜୀବିକା ଓ ଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଛି l ଏହି ଭଳି ସମସ୍ୟାକୁ ସାମ୍ନା କରିଛନ୍ତି କାକଟପୁର ଓ ଅସ୍ତରଙ୍ଗ ବ୍ଲକର ହଜାର ହଜାର ଚାଷୀ। ଉକ୍ତ ଅଞ୍ଚଳରେ ୭୫ ଭାଗ ଲୋକ ଚାଷ ଉପରେ ନିର୍ଭର କରିଆସୁଛନ୍ତି ।
Hide quoted text
ଅଞ୍ଚଳରେ ଆଗରୁ ଜମିରେ ବର୍ଷ ସାରା ଚାଷ ହେଉଥିଲା ଗାଁରେ ଥିବା କେନାଲ ରେ ଉଭୟ ଖରାଟିଆ ଓ ବର୍ଷା ରତୁରେ ପାଣି ଭରପୁର ଆସୁଥିଲା ଗାଁର ଚାଷୀ ମାନେ ସୋରିଷ, ମୁଗ, ବିରି, ଖସା ଆଦି ଚାଷକାର୍ଯ୍ୟ କରୁଥିଲେ କିନ୍ତୁ କିଛି ବର୍ଷ ହେବ କେନାଲରେ କୌଣସି ସମୟରେ ମଧ୍ୟ ପାଣି ଆସୁନାହିଁ l ଯଦିବା କେବେ ପାଣି ଆସୁଛି ତାହା ଚାଷ କାମରେ ଲାଗିପାରୁ ନାହିଁ ଏହାର କାରଣ ବର୍ତ୍ତମାନ ହେଉଥିବା ଅଦିନିଆ ବର୍ଷା ଓ ମରୁଡିରେ ଚାଷକାମ ଠିକ୍ ସମୟରେ ହୋଇପାରୁ ନାହିଁ lପାଣି ଆସିଲା ବେଳକୁ ଅନେକ ଚାଷୀ ମାନଙ୍କର ବିହନ ରୋଇବା ପାଇଁ ପ୍ରସ୍ତୁତ ହୋଇ ନଥାଏ ଅଧିକାଂଶ ସମୟରେ ପାଣି କେତେବେଳେ ବିଳମ୍ବରେ ଆସେତ କେତେବେଳେ ଚାଷ କାମ ପୂର୍ବରୁ ଆସେ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିବାକୁ ପଡେ । ଏହି ଅଦିନିଆ ବର୍ଷା ସମୟରେ ଯେତେବେଳେ ଅଧିକ ପରିମାଣରେ ବର୍ଷା ହୋଇଯାଏ ପାଣି ନିଷ୍କାସନ ପାଇଁ ନାଳର ବ୍ୟବସ୍ଥା ନଥିବାରୁ ଚାଷ ଜମିରେ ପାଣି ଜମି ରହୁଛି ଏହା ଦ୍ୱାରା ଧାନରେ ରୋଗ ପୋକ ଲାଗିବା ଧାନ ମୁଳ ପଚିଯିବା ଆଦି ହେଉଛି । ଦ୍ୱିତୀୟତଃ, ଆଗରୁ ବଳଦରେ ହଳ ହେଉଥିଲା ଦେଶିଧାନ ଚାଷ ହେଉଥିଲା ଫଳରେ ଚାଷରେ ଖର୍ଚ୍ଚ କମ ହେଉଥିଲା କିନ୍ତୁ ବର୍ତ୍ତମାନ ଚାଷରେ ଖର୍ଚ୍ଚ ଦୁଇଗୁଣା ବଢି ଚାଲିଛି ଟ୍ରାକ୍ଚର ମାଲିକ ମାନେ ମନ ଇଛା ପଇସା ବର୍ଷକୁ ବର୍ଷ ବୃଦ୍ଧିକରିବାରେ ଲାଗିଛନ୍ତି l ସେହିଭଳି ଧାନକାଟିବା ମେସିନର ମାଲିକ ମାନେ ମଧ୍ୟ ଚାଷୀ ମାନଙ୍କ ପାଖରୁ ପ୍ରାପ୍ୟ ଠାରୁ ଅଧିକ ପଇସା ଦାବୀ କରୁଛନ୍ତି । ସେହିପରି କୀଟନାଶକ ଔଷଧ ବିକ୍ରୟ କରୁଥିବା ଡିଲର ଓ ଦୋକାନୀ ମାନଙ୍କର ସଠିକ୍ ଜ୍ଞାନର ଅଭାବ ଯୋଗୁଁ ଚାଷୀ ମାନଙ୍କୁ ଅନେକ ସମୟରେ ଯେଉଁ ଔଷଧ ବା ସାର ଦେଉଛନ୍ତି ତାହା ରୋଗ ପୋକ ମାରିବାରେ ବିଫଳ ହେଉଛି ଯାହା ଫଳରେ କୀଟନାଶକ ବାରମ୍ବାର କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡୁଛି । ଅନେକ ସମୟରେ ଧାନର ଅଭାବି ବିକ୍ରି, ଧାନ ସମବାୟ ସୋସାଇଟ ମାଧ୍ୟମରେ ମିଲର ମାନେ କିଣିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ l ମିଲର ମାନେ ଧାନ କିଣିବା ବେଳେ ଧାନର ଗୁଣାତ୍ମକ ମାନ ପାଇଁ କୁଇଣ୍ଟାଲ ପ୍ରତି 10 ପ୍ରତିଶତ କାଟି ଦିଅନ୍ତି । ଧାନକୁ ଯେତେ ପରିଷ୍କାର କରି ଦେଲେ ମଧ୍ୟ ପ୍ରତ୍ୟକ ଥର 10 ପ୍ରତିଶତ କାଟିଥାନ୍ତି l ଧାନ କିଣିବା ସମୟରେ ଅଧିକାଂଶ ସମୟରେ ମିଲର ମାନେ ଅନେକ ଆଳ ଦେଖାଇ ଆସନ୍ତି ନାହିଁ ଯାହା ଦ୍ୱାରା ସରକାର ପାଖରୁ ମିଳିଥିବା ଚିଠାର ସମୟ ସୀମା ମଧ୍ୟରେ ଧାନ ବିକ୍ରି ହୋଇପାରେ ନାହିଁ ଧାନ ମଣ୍ଡି ଅଭାବରୁ ଗାଁର ଚାଷୀ ଦଲାଲ ମାନଙ୍କ ସାହାଯ୍ୟରେ କମ ମୁଲ୍ୟରେ ବିକ୍ରି କରିଥାନ୍ତି ଯାହାଦ୍ୱାରା ଉଭୟ ମିଲ ମାଲିକ ଓ ଦଲାଲ ମାନେ ଲାଭବାନ ହୋଇଥାନ୍ତି l ଜମିରେ ଜଳ ସେଚନ ବ୍ୟବସ୍ଥା କରାଗଲେ ଅର୍ଥକାରୀ ଫସଲ ଯଥା ଡାଲିଜାତୀୟ ଫସଲ, ତୈଳବୀଜ, ପନିପରିବା ଆଦି ଚାଷ କରିବା ଦ୍ୱାରା ଉକ୍ତ ଅଞ୍ଚଳ ସହିତ ଆଖପାଖ ଅଞ୍ଚଳର ଚାଷୀମାନେ ନିଜର ଜୀବିକା ଅର୍ଜନ କରିପାରିବେ । ଏହା ସଂଗେ ବିଭିନ୍ନ ଫସଲର ଉତ୍ପାଦିକତା ବୃଦ୍ଧି ସହିତ କୁଇଣ୍ଟାଲ ପ୍ରତି ଉତ୍ପାଦନର ଖର୍ଚ୍ଚ କମାଇ ଅଭାବୀ ବିକ୍ରି ଓ ଦୁର୍ନୀତି କୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ କୃଷିର ଏକ ପରିବର୍ତ୍ତନ ସହିତ କୃଷିର ଅଭିବୃଦ୍ଧି ହାର ବୃଦ୍ଧି ପାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply