Home / ସାମାଜିକ / କହଳପଦା ଗ୍ରାମରେ ଧାନ ଅମଳ କାର୍ଯ୍ୟକ୍ରମ ଅନୁଷ୍ଠିତ

କହଳପଦା ଗ୍ରାମରେ ଧାନ ଅମଳ କାର୍ଯ୍ୟକ୍ରମ ଅନୁଷ୍ଠିତ

advanta

ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କହଳପଦା ଗ୍ରାମ ପଞ୍ଚାୟତର କହଳପଦା ଗ୍ରାମରେ “ଆଡ୍ ଭାଣ୍ଟା କମ୍ପାନୀ” ତରଫରୁ ଧାନ ଅମଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କହଳପଦା ଗ୍ରାମର ବିପ୍ରବର ଜେନା ଙ୍କ ଜମିରେ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ କମ୍ପାନୀର, ଓଡ଼ିଶାର ଅଧିକାରୀ ପ୍ରଫୁଲ୍ଲ କୁମାର ସେନାପତି ଏବଂ କ୍ଷେତ୍ରାଧିକାରୀ ସୁଦୀପ୍ କୁମାର ପ୍ରଧାନ ଯୋଗଦେଇ ଧାନ ଅମଳ ଦିବସ କାର୍ଯକ୍ରମର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କମ୍ପାନୀର ସହକର୍ମୀ ମଦନ ଜେନା, ଦିଲ୍ଲୀପ ଜେନା, ସର୍ବେଶ୍ଵର ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ, ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଥିଲେ। ଏହି ଅବସରରେ ଗ୍ରାମ ମଧ୍ୟରେ ଏକ ବୈଠକ ବସି “ଆଡ୍ ଭାଣ୍ଟା କମ୍ପାନୀ” ଦ୍ଵାରା ପ୍ରସ୍ତୁତ ଧାନର ଗୁଣବତ୍ତା ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଧାନର ଓଜନ ପ୍ରକ୍ରିୟା କାର୍ଯ୍ୟକ୍ରମ କରି ଗ୍ରାମର ଚାଷୀ ମାନଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା।

advanta1

ଏହି ଓଜନ ପ୍ରକ୍ରିୟା କାର୍ଯ୍ୟକ୍ରମ ସମୟରେ କମ୍ପାନୀ ର ଡିଷ୍ଟ୍ରିବ୍ୟୁଟର୍, ଅକ୍ଷୟ ଜେନା, ଗ୍ରାମର ସରପଞ୍ଚ ଭଗବାନ ପରିଡ଼ା, ଇତ୍ୟାଦି ଉପସ୍ଥିତ ରହି ଦେଖିଥିଲେ ଯେ “ଆଡ୍ ଭାଣ୍ଟା କମ୍ପାନୀ” ର ଏ. ଡି. ବି ୮୩୦୦ ଧାନ ସର୍ବାଧିକ ଓଜନ ଏବଂ ଅମଳକ୍ଷମ ବୋଲି ଜାଣିବାକୁ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ପ୍ରମୁଖ ଚାଷୀ ପ୍ରଫୁଲ୍ଲ ଜେନା, ଆଗାଧୁ ଜେନା ଓ ଅନେକ ବୟୋଜ୍ୟେଷ୍ଠ ଭଦ୍ରବ୍ୟକ୍ତିଗଣ ଉପସ୍ଥିତ ରହି “ଆଡ୍ ଭାଣ୍ଟା କମ୍ପାନୀ” ଏ. ଡି. ବି ୮୩୦୦ ଧାନ କୁ ପ୍ରଶଂସା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY