କାକଟପୁର( ତୁଷାର ରଞ୍ଜନ ଦୀକ୍ଷିତ ) ତା ୨୨/୧୧, କାକଟପୁର ଥାନା ଅଧିନସ୍ଥ ମୂଳାଗଡ଼, ସମିଆ, ବଂଶୀଧରପୁର, ଲତାହରଣ, ଶ୍ରୀରାମପୁର, ବୋଇତିକୁଦ ଆଦି ଧାନ ବିଲମାନଙ୍କୁ ସନ୍ନିକଟ ଜଙ୍ଗଲରୁ ବାରହା ମାନେ ଆସି ପାଚିଲା ଧାନ କିଆରୀରୁ ଧାନ ଖାଇ ଚାଷ ଜମିକୁ ନଷ୍ଟଭ୍ରଷ୍ଟ କରୁଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଶହ ଶହ ସଂଖ୍ୟାରେ ବାରହା ସନ୍ଧ୍ୟା ହେଲା ମାତ୍ରେ ଧାନ କ୍ଷେତରେ ପଶି ଧାନ ନଷ୍ଟ କରୁଥିବାବେଳେ ଚାଷୀ ମାନେ ଟର୍ଚ୍ଚ ଓ ମଶାଲ ଧରି ଘଉଡ଼ାଇବା ସମୟରେ ବାରହାମାନେ ପାଲଟା ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ବନ ବିଭଗ ଓ ପୋଲିସ ପ୍ରଶାସନକୁ ଚାଷୀମାନେ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ, ଯଦି ବାରହା ଓ ହରିଣ ମାନେ ଆସି ଅମଳ ସମୟରେ ଚାଷୀ ମାନଙ୍କର କ୍ଷତି କରନ୍ତି ତାହେଲେ ତାଙ୍କର କ୍ଷତି ଭରଣା କରିବ କିଏ ଓ ବିଭିନ୍ନ ବ୍ୟାଙ୍କ, ବିଭିନ୍ନ ଗ୍ରୁପ ମାଧ୍ୟମରୁ ଆଣିଥିବା ରୃଣ କିପରି ଭାବରେ ଶୁଝିବେ ବୋଲି ବୋଇତି କୁଦ ଗ୍ରାମର ପ୍ରଫୁଲ୍ଲ କାଣ୍ଡି କହିଥିବା ବେଳେ ଭାଗ ଚାଷ କରିଥବା ଜମି ମାଲିକ ମାନଙ୍କୁ କିପରି ଭାବରେ ଜମି ବାବଦକୁ ଧାନ ଦେବେ ବୋଲି କହିଛ
Social Icons
Featured Posts











