Home / ରାଜନୀତି / ପୁରୀ ଜିଲ୍ଲା ପରିଷଦର ୫ମ ବୈଠକ ଅନୁଷ୍ଠିତ।

ପୁରୀ ଜିଲ୍ଲା ପରିଷଦର ୫ମ ବୈଠକ ଅନୁଷ୍ଠିତ।

ପୁରୀ ୨/୮ ପୁରୀ ଜିଲ୍ଲା ପରିଷଦର ୫ମ ବୈଠକ ଗତକାଲି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ପୁରୀ କୁ ଏକ ବିକଶିତ ଓ ସମୃଦ୍ଧ ଜିଲ୍ଲାରେ ପରିଣତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ବୈଠକରେ କ୍ରିଡା ଓ ଯୁବ ସେବା ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ,ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର,ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲାପାଳ ସମର୍ଥ ବର୍ମା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର କାର୍ଯ୍ୟସୂଚୀ ଅନୁସାରେ ବୈଠକ ପରିଚାଳନା କରିଥିଲେ।
୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବଶିକ୍ଷା ଅଭିଯାନର ବିବିଧ ଯୋଜନାରେ ପ୍ରାପ୍ତ ୧୪୯.୨୪ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ବିନିଯୋଗ ହୋଇଛି। ଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନରେ ଅଦ୍ୟାବଧି ପ୍ରାପ୍ତ ୧୦୭୧.୨୩ ଲକ୍ଷ ଟଙ୍କା ମଧ୍ୟରୁ ୮୪୫.୩୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ସେହିପରି ଶିକ୍ଷାର ଅନ୍ୟାନ୍ୟ ଯୋଜନାରେ ପ୍ରାପ୍ତ ୯୦.୮୧ଲକ୍ଷ ଟଙ୍କାର ଅନୁଦାନ ସମ୍ପୂର୍ଣ୍ଣ ବିନିଯୋଗ ହୋଇଛି।କୃଷି ବିଭାଗର ପ୍ରାପ୍ତ ୧୬୦.୯୩ ଲକ୍ଷ ଟଙ୍କା ମଧ୍ୟରୁ ୬୬.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ଗ୍ରାମ୍ୟ ନିର୍ମାଣ ବିଭାଗର ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ରେ ଅଦ୍ୟାବଧି ପ୍ରାପ୍ତ ୧୫୦୦.୦୦ ଲକ୍ଷ ଟଙ୍କା ମଧ୍ୟରୁ ୧୩୬୮.୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ଅନ୍ୟାନ୍ୟ ବିଭିନ୍ନ ଯୋଜନା ରେ ପ୍ରାପ୍ତ ୬୩୯୧.୧୪ ଲକ୍ଷ ଟଙ୍କା ମଧ୍ୟ ରୁ ୧୯୫୬.୦୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। , ଗ୍ରାମୀଣ ପାନୀୟ ଜଳ ଯୋଗାଣରେ ମିଳିଥିବା ୨୨୨୦.୪୩ ଲକ୍ଷ ଟଙ୍କା ମଧ୍ୟରୁ ୧୮୭୫.୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଜଳ ସେଚନ ବିଭାଗ ପୁରୀ ବିଭିନ୍ନ ଯୋଜନା ରେ ପ୍ରାପ୍ତ ୩୨୦.୦୦ଲକ୍ଷ ଟଙ୍କା ଅନୁଦାନ ମଧ୍ୟରୁ ୩୧୩.୦୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।ସେହିପରି ନିମାପଡା ଜଳସେଚନ ବିଭାଗର ପ୍ରାପ୍ତ ୪୦୯୨.୦୩ ଲକ୍ଷ ଟଙ୍କା ଅନୁଦାନ ମଧ୍ୟରୁ ୧୧୦୯.୪୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଜିଲ୍ଲା ପରିଷଦ ଏମ ଜି ଏନ ଆର ଇ ଜି ଏସ ଯୋଜନା ରେ ୯୩୧୯.୦୦ ଲକ୍ଷ ଟଙ୍କା ମଧ୍ୟରୁ ୩୫୦୬.୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ୧୨୧୮୦୨୭ ଶ୍ରମ ଦିବସ ସୃଷ୍ଟି ହୋଇଛି।ସେହିପରି ୪୬୬୫୦ ପଞ୍ଜିକୃତ ପରିବାର କୁ କାର୍ଯ୍ୟ ଯୋଗାଇ ଦିଆଯାଇଛି ଏବଂ ୨୪୮ ପରିବାର କୁ ୧୦୦ ଦିନ ର କାର୍ଯ୍ୟ ଯୋଗାଇ ଦିଆଯାଇଛି।
ସେହିପରି ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ବିଦ୍ୟୁତ ବିଭାଗ, ସମାଜ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ବିଭାଗ,ଶିଳ୍ପ ବିଭାଗ, ଜଙ୍ଗଲ ବିଭାଗ, ସମବାୟ ବିଭାଗ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ,ଜନ କଲ୍ୟାଣ ବିଭାଗ, ପଶୁ ପାଳନ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଓ ଜଗତସିଂହପୁର ଲୋକସଭା ସାଂସଦ ଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଦସ୍ୟ ବୃନ୍ଦ, ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ବିଭିନ୍ନ ଵିଭାଗର ଅଧିକାରୀ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply