Home / ଶିକ୍ଷା / କାକଟପୁର ପଞ୍ଚାୟତ ରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ l

କାକଟପୁର ପଞ୍ଚାୟତ ରେ ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ l

କାକଟପୁର ୨୪ /୮ ସାରା ରାଜ୍ୟରେ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡ଼ି କର୍ମୀ ମାନଙ୍କ ଦ୍ୱାରା ପୋଷଣ ଅଭିଯାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରଯାଉଥିବା ବେଳେ କାକଟପୁର ରେ ଆଜି ଦୁଇ ଗୋଟି ପାଞ୍ଚlୟତ ରେ ଅଙ୍ଗନବାଡି କର୍ମୀ ଓ ସହାୟକ ମାନଙ୍କୁ ନେଇ କାକଟପୁର ଓ କଣ୍ଟାପଡା ପଞ୍ଚୟତ ରେ ଅଭିନୟ ମାଧ୍ୟମରେ ରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି l କୁପୋଷଣ ମୁକ୍ତ ସମାଜ ପାଇଁ ସରକାର ଏକ ଅଭିନଵ ପ୍ରୟାସ ମାଧ୍ୟମରେ ଅଙ୍ଗନ ବାଡ଼ି କର୍ମୀ ଓ ସହlୟିକା ଙ୍କ ଦ୍ୱାରା ଅଭିନୟ ମାଧ୍ୟମରେ ସଚେତନତା ସୃଷ୍ଟି ର ବାର୍ତା, ଚଢେଇଆ ଓ ଚଢେଇଆଣି ବେଶରେ ଲୋକ କଥା ଗାଈ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ମାନେ ସୁସ୍ଥ ରହିଲେ ସମାଜରେ ପ୍ରତ୍ୟେକ ବର୍ଗ ସୁସ୍ଥ ରହିବା ସହିତ ଗର୍ଭବତୀ ମାନଙ୍କ ଠାରୁ ଜନ୍ମିତ ଶିଶୁ ସୁସ୍ଥ ରହିଲେ ଅପ ପୃଷ୍ଟି ଜନିତ ମୃତ୍ୟୁ ସାରା ସମାଜରୁ ଦୂରୀଭୂତ ହେଵା ସହ ଦେଶର ସୁସ୍ଥ ବାତାବରଣ ସୃଷ୍ଟି ହୋଇ ପାରିବ ବୋଲି ଲୋକ ଗୀତ ଓ ନାଚ ମାଧ୍ୟମରେ ଲୋକମାନଙ୍କୁ ବୁଝାଇଥିଲେ l ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ, ଏହି କାର୍ଯ୍ୟକ୍ରମ ସମାଜକୁ ଏକ ନୂତନ ଦିଗଦର୍ଶନ ଦେବା ସହ ସମାଜ କୁ ସଚେତନତା ଦେବାପାଇଁ ଏକ ପ୍ରୟାସ ବୋଲି ମହିଳା ଶିଶୁବିଭାଗ ଅଧିକାରିଣୀ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କାକଟପୁର ମହିଳା ଶିଶୁ ବିକାଶ ବିଭାଗର ଅଧିକାରିଣୀ ମିସ ମେରୀ ମାଇକେଲ ଖେସ ଓ ସମସ୍ତ ସୁପରଭାଇଜର ଉପସ୍ଥିତ ରହି ଏହି କାର୍ଯ୍ୟ କୁ ପ୍ରସାର ଓ ପ୍ରଚାର କରିଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply