Home / ଶିକ୍ଷା / ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ମାରୁତିନଗର, ପୁରୀବିଦ୍ଯାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ମାରୁତିନଗର, ପୁରୀବିଦ୍ଯାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

img 20250727 wa0012

ପୁରୀ-ତା ୨୬୵୦୭୵୨୦୨୫ (ତୃପ୍ତିମୟୀ ଜେନା)- ଶନିବାର ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର,ମାରୁତିନଗର, ପୁରୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି।
ଅନୁଷ୍ଠାନର ସଭାପତି ପ୍ରଫେସର ଡକ୍ଟର ମହେଶ୍ବର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବାଲିଗୁଆଳୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ସାହୁ ଯୋଗଦେଇ ଆଜିର ଶିଶୁ ଆଗାମୀ ଦିନର ବୈଜ୍ଞାନିକ ହୋଇ ଦେଶ ଜାତିର ଟେକ ରଖୁ ବୋଲି ଆଲୋକପାତ କରିଥିଲେ। ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ବିନୋଦ କୁମାର ସେନାପତି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ।୧୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ, ପ୍ରଶ୍ନମଞ୍ଚ,ପତ୍ର ବାଚନ,ମୂର୍ତ୍ତିକଳା ଆଦି ବିଭାଗରେ ଯୋଗଦେଇ ୬୭ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଧନ୍ଯବାଦ ଅର୍ପଣ କରିଥିଲେ ଓ ଆଚାର୍ଯ୍ଯା ଲକ୍ଷ୍ମୀପ୍ରିୟା ରଥ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

1001294716

SPREAD YOUR LOVE WITH YOUR FRIENDS AND FAMILY

Leave a Reply