Home / ସଂସ୍କୃତି ଓ ପରମ୍ପରା / ଗହ୍ମାପୂର୍ଣ୍ଣମୀର ନିଆରା ପରମ୍ପରା ନଡ଼ିଆ ଲଢେଇ ପ୍ରତିଯୋଗିତା

ଗହ୍ମାପୂର୍ଣ୍ଣମୀର ନିଆରା ପରମ୍ପରା ନଡ଼ିଆ ଲଢେଇ ପ୍ରତିଯୋଗିତା

nadia

ପୁରୀଜିଲା ସାକ୍ଷୀଗୋପାଳ ନଡ଼ିଆ ପାଇଁ ସାରା ଭାରତ ବର୍ଷରେ ପ୍ରସିଦ୍ଧ ଅଟେ, ଗହ୍ମାପୂର୍ଣ୍ଣମୀ ପର୍ବରେ ପାରମ୍ପରିକ ନଡ଼ିଆ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। । ଏହି ପରମ୍ପରା କାହିଁ କେଉଁକାଳରୁ ଏଠାରେ ରହିଆସିଛି । ଦୁଇଜଣ ପରସ୍ପର ମୁହାଁମୁହିଁ ହୋଇ ନଡିଆ ଲଢେଇ କରିଥାନ୍ତି । ଯାହାର ନଡ଼ିଆ ଭାଙ୍ଗି ଯାଏ ସେ ପରାଜିତ ହୋଇଥାଏ । ବିଜେତା ଭାଙ୍ଗିଥିବା ନଡ଼ିଆକୁ ନେଇଥାନ୍ତି । ଶହ ଶହ ଦର୍ଶକ ଏଠାରେ ଉପସ୍ଥିତ ରହି କିଏ ତାଳି ମାରିଥାଏ ତ ଆଉ କିଏ ଗାମୁଛା ଉଡେଇ ବିଜେତାକୁ ଉତ୍ସାହିତ କରି ଏହାକୁ ଉପଭୋଗ କରିଥାନ୍ତି ।
ସାକ୍ଷୀଗୋପାଳ ମନ୍ଦିର ନିକଟ ଦୋଳବେଦୀ ଛକ ଜୟପୁର ବସଷ୍ଟାଣ୍ଡ , ପଟ୍ଟନାୟିକିଆ , ବରାଳ ହରିଆବୁଢା, ସାରଙ୍ଗଯୋଡି ହାଟ, ଗବକୁଣ୍ଡ , ଅଳଗୁମ ଶୁକଳର ଛକ ଯାଗା ଗୁଡିକରେ ନଡ଼ିଆ ଲଢେଇ କରାଯାଇଥିଲା । ନଡ଼ିଆ ଚାଷୀ ମାନେ ଚାଷ କରୁଥିବା ଦେଶୀ ନଡ଼ିଆ ସବୁ ମାସ ମାସ ଧରି ସଂଗ୍ରହ କରି ବର୍ଷର ଏହି ଦିନ ପାଇଁ ରଖିଥାନ୍ତି, ଏହି ନଡ଼ିଆ ଲଢେଇ ପ୍ରତିଯୋଗିତାରେ ଚାଷୀ ମାନେ ନିଜ ଉନ୍ନତ ମାନର ନିଡ଼ିଆ ସବୁ ପ୍ରଦର୍ଶନର ସୁଯୋଗ ପାଇଥାନ୍ତି ।
ପବିତ୍ର ରକ୍ଷାବନ୍ଧନ ଅବସରରେ କାହିଁ କେତେ ଯୁଗରୁ ଚାଲି ଆସୁଛି ଏହି ପାରମ୍ପରିକ ପ୍ରଥା। ନଡ଼ିଆ ପାଇଁ ପ୍ରସିଦ୍ଧ ସାକ୍ଷୀଗୋପାଳ ଅଞ୍ଚଳରେ ଏହି ପାରମ୍ପରିକ ନଡ଼ିଆ ଲଢେଇକୁ ନେଇ ଅନେକ ମାତ୍ରାରେ ଉତ୍ସାହ ଦେଖିବାକୁ ମିଳେ। ଏହି ନଡିଆ ଲଢେଇ ପାଇଁ ନିକଟସ୍ଥ ପଞ୍ଚକୋଷି ଅଞ୍ଚଳରୁ ଯୁବକ ମାନେ ସାକ୍ଷୀଗୋପାଳ ମନ୍ଦିର ନିକଟକୁ ଆସିଥାନ୍ତି । ଅପରାହ୍ନ ୪ ଟା ସମୟରୁ ରାତ୍ର ୮ ଘଣ୍ଟା ପର୍ୟ୍ୟନ୍ତ ଏହି ପ୍ରତିଯୋଗୀତା ଚାଲିଥାଏ। ଯୁବକ ମାନେ ଶେଷରେ ବ୍ୟାଗ ବ୍ୟାଗ ନଡ଼ିଆ ଜିତି ଖୁସିମନରେ ଘରକୁ ଫେରିଥାନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply