କାକଟପୁର 30/8-କାକଟପୁର ଥାନା ଅଧୀନସ୍ଥ ଗମ୍ଭାରିପଦା ଶାଖା ପୋଷ୍ଟ ଅଫିସରେ କାମ କରୁଥିବାବେଳେ ଫକୀର ସାହି ଗ୍ରାମର ପୀତବାସ ଓଝା ହଠାତ ଅଫିସ ଭିତରେ ପଶି ପୋଷ୍ଟ ମାଷ୍ଟର ମାମିନା ସାହୂଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାସହ ତାଙ୍କ ଲୁଗାକୁ ଟଣା ଓଟରା କରିଥିଲେ. ପରେ ଅଫିସ ବ୍ୟାଗ ଭିତରେ ଥିବା 14449 ଟଙ୍କାକୁ ଅଭିଯୁକ୍ତ ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗକୁ ଭିତ୍ତିକରି କାକଟପୁର ପୋଲିସ ପକ୍ଷରୁ ଗମ୍ଭାରିପଦା ଗ୍ରାମର ଚଢ଼ାଉ କରି ଅଭିଯୁକ୍ତ ପୀତବାସ ଓଝାକୁ ଗିରଫ କରିବା ସହିତ 448,294,323,354,363 ଓ 379 ଦଫାରେ କେଶ ନମ୍ବର 176/2023 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ସହିତ ଅଧିକ ତଦନ୍ତ ଚାଲୁ ରହିଛି ବୋଲି କହିଛନ୍ତି କାକଟପୁର ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ
Social Icons
Featured Posts











