Home / ମୁଖ୍ୟ ଖବର / ଆସନ୍ତା ୧୩ରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

ଆସନ୍ତା ୧୩ରେ ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ

whatsapp image 2023 09 03 at 18.58.22

କାକଟପୁର ତା ୩/୮, ରବିବାର ମା ମଙ୍ଗଳା ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଏକ ଜରୁରୀ ବୈଠକ ସଂଘର ସଭାପତି ଆଦିତ୍ୟ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ, ଅଘୋଷିତ ବିଦ୍ୟୁତ କାଟ,ମାତ୍ରାଧିକ ବିଦ୍ୟୁତ ବିଲ ଆଦାୟ, ଲୋ ଭୋଲ୍ଟେଜ, ୩୩ କେଭି ଲାଇନର ନବୀକରଣ ତଥା ବାଙ୍ଗୁରୀଗାଁ ରୁ କାକଟପୁରକୁ ୩୩ କେଭି ଲାଇନ ସଂଯୋଗୀକରଣ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା l ସଂଘ ପକ୍ଷରୁ ଉପରୋକ୍ତ ଦାବୀ ଗୁଡିକକୁ ନେଇ ଗତ ଜୁନ ୧୨ ତାରିଖରେ ଏକ ଦାବିପତ୍ର କାକଟପୁର ଉପଖଣ୍ଡ ଅଧିକାରୀଙ୍କ ସମେତ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ରୀଡା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ସ୍ଥାନୀୟ ପ୍ରଶାସନ ଆଦିଙ୍କୁ ଦିଆଯାଇଥିଲେ ମଧ୍ୟ ଆଦ୍ୟାବିଧି କୌଣସି ସମାଧାନ ହୋଇପାରିନାହିଁ l ଏହି ପ୍ରରିପେକ୍ଷୀରେ ଆସନ୍ତା ୧୩ ତାରିଖ ଦିନ ସଂଘ ପକ୍ଷରୁ କାକଟପୁର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଗଣତାନ୍ତ୍ରିକ ପଦ୍ଧତିରେ ଜନଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି l ତେଣୁ ଉକ୍ତ ଆନ୍ଦୋଳନ ରେ କାକଟପୁର ଅସ୍ତରଙ୍ଗର ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନେ ଯୋଗଦେଇ ସେମାନଙ୍କର ନ୍ୟାର୍ଯ୍ୟ ଦାବୀ ପାଇବାକୁ ସଂଘ ନିବେଦନ କରିଛି l ଅପର ପକ୍ଷରେ ବିଦ୍ୟୁତ କାଟ କୁ ନେଇ କୌଣସି ସନ୍ତୋଷଜନକ ସୂଚନା ବିଭାଗୀୟ ଅଧିକାରୀ ମାନେ ଉପଭୋକ୍ତା ମାନଙ୍କୁ ବା ସଂଘକୁ ପ୍ରଦାନ କରୁନଥିବାରୁ ଉପସ୍ଥିତ ଉପଭୋକ୍ତା ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆସନ୍ତା ୧୩ ତାରିଖ ଦିନ ପ୍ରାୟ ୨ ହଜାର ଉପଭୋକ୍ତା ମାନେ ଆନ୍ଦୋଳନରେ ସାମିଲ ହେବାପାଇଁ ଚେତାବନୀ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ସଂଘର ଆଇନ ପରାମର୍ଶଦାତା ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ନାୟକ, ଉପଦେଷ୍ଟା ପ୍ରଭାକର ଖୁଣ୍ଟିଆ, ତୁଷାର ରଞ୍ଜନ ଦୀକ୍ଷିତ, ପ୍ରଫୁଲ ତ୍ରିପାଠୀ, ଉପସଭାପତି ଅମୀୟ କୁମାର ନାୟକ, ପ୍ରଭାସ କୁମାର ପୃଷ୍ଟି,ସମ୍ପାଦକ ମାନସ ସାମଲ, କୋଷାଧକ୍ଷ ଚିତ୍ତରଞ୍ଜନ ମିଶ୍ର, ଅଶୋକ କୁମାର ବରାଳ,ରାଜେନ୍ଦ୍ର ମହାନ୍ତି, ଦେବଦତ୍ତ ବିଶ୍ୱାଳ, ଜୁଲଫୁକର ଅଲ୍ଲୀ, କମଲ ରୋଶନ ଲିଙ୍ଗରାଜ ଡ଼ାଳୁଙ୍କ ସମେତ ଶତାଧିକ ଉପଭୋକ୍ତା ଯୋଗଦେଇଥିଲେ l

SPREAD YOUR LOVE WITH YOUR FRIENDS AND FAMILY

Leave a Reply