Home / ମୁଖ୍ୟ ଖବର / ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଆସନ୍ତା ୧୩ ରେ ହେବାକୁ ଥିବା ଧାରଣାର ସାମୟିକ ସ୍ଥଗିତ l

ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଆସନ୍ତା ୧୩ ରେ ହେବାକୁ ଥିବା ଧାରଣାର ସାମୟିକ ସ୍ଥଗିତ l

whatsapp image 2023 09 11 at 20.33.31

କାକଟପୁର ତା ୧୧/୯,କାକଟପୁର ବିଦ୍ୟୁତ ଉପଖଣ୍ଡ ଅଧୀନରେ ଥିବା କାକଟପୁର ଏବଂ ଅସ୍ତରଙ୍ଗ ଅଞ୍ଚଳର ବିଦ୍ୟୁତ ଜନିତ ୧୧ ଦଫା ଦାବୀ ନେଇ କାକଟପୁର ଅସ୍ତରଙ୍ଗ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଧାରଣା ସଂଘ ସାମୟିକ ଭାବେ ସ୍ଥଗିତ ରଖିଛି l ଗତ 10 ତାରିଖରେ କାକଟପୁର ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟରେ ଉପଖଣ୍ଡ ଅଧିକାରୀ ଇଂ ସ୍ମୃତିରଞ୍ଜନ ବେହେରା ଉପଭୋକ୍ତା ସଂଘକୁ ଆଲୋଚନା ପାଇଁ ଅନୁରୋଧ କରିଥିଲେ l ସଂଘ କୋର କମିଟିର ସମସ୍ତ ସଦସ୍ୟ ଏବଂ ବିଦ୍ୟୁତ ଉପଖଣ୍ଡ ଅଧିକାରୀ, କାକଟପୁର ବିଦ୍ୟୁତ ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଆଲୋଚନା କରାଯିବାପରେ ଉପଖଣ୍ଡ ଅଧିକାରୀ ଶ୍ରୀ ବେହେରା ଆସନ୍ତା 4/5 ମାସ ମଧ୍ୟରେ ସମସ୍ତ ଦାବୀ ପୂରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ପରେ ସଂଘର ସଦସ୍ୟ ମାନେ ସମସ୍ତ ବିଷୟକୁ ସମୀକ୍ଷା କଲାପରେ ଆନ୍ଦୋଳନ କୁ ସ୍ଥଗିତ ରଖିଥିବା ଜଣାପଡିଛି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply