Home / ସଂସ୍କୃତି ଓ ପରମ୍ପରା / ମଙ୍ଗଳା ମନ୍ଦିରରେ ନବ ଦିନାତ୍ମକ ପୂଜା ଆରମ୍ଭ

ମଙ୍ଗଳା ମନ୍ଦିରରେ ନବ ଦିନାତ୍ମକ ପୂଜା ଆରମ୍ଭ

whatsapp image 2023 10 15 at 18.31.02 d7c5cd60

କାକଟପୁର (ତୁଷାର ରଞ୍ଜନ ଦୀକ୍ଷିତ )ତା 15/10/23 ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଭକ୍ତି ଓ ନିଷ୍ଠାର ସହ ଅନୁଷ୍ଠିତ ହେଉଛି। ମା ମଙ୍ଗଳା ରାଜ୍ୟ ର ଅଷ୍ଟଚଣ୍ଡି ଙ୍କ ମଧ୍ୟରେ ଗଣା ଯାଉଥିବାରୁ ପ୍ରତିଦିନ ମନ୍ଦିର ରେ ମାତୃଭକ୍ତ ଙ୍କ ସମାଗମ ହେଉଛି। ଆଶ୍ୱିନ କୃଷ୍ଣ ଅଷ୍ଟମୀ ତିଥି ରେ ମା ଙ୍କ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେବା ସହିତ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା। ମନ୍ଦିର ମୁଖଶାଳା ଠାରେ ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ଦ୍ଵାରା ପ୍ରତିଦିନ ସପ୍ତସତୀ ଚଣ୍ଡୀ ପାଠ କରାଯାଉଥିବାବେଳେ ପାରମ୍ପରିକ ପ୍ରଥା ଅନୁସାରେ ପାର୍ବଣ ରୋଷାଇ ରେ ଆମିଷ ଭୋଗ ପ୍ରସ୍ତୁତ କରାଯାଉଛି। ଆଜି ଠାରୁ ମନ୍ଦିର ରେ ମା ଙ୍କ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି। ଆଜି ମା ଙ୍କ ନିକଟରେ ପାଦପଦ୍ମ ଲାଗି ହେବା ସହିତ ମା ଙ୍କୁ ନାଲି କଲୀ ବେଶ ରେ ସଜ୍ଜିତ କରା ଯାଇଛି। ମହାନବମୀ ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟା ରେ ମା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯିବ ବୋଲି କହିଛନ୍ତି ମା ଙ୍କ ପୂଜକ କମଳ ଲୋଚନ ଦୀକ୍ଷିତ । ଆଜି ମା ଙ୍କ ନାଲି କଲି ବେଶ, ୧୬ତାରିଖ ରେ କଳା କଲି ବେଶ,୧୭ତାରିଖ ଦିନ ରେ ନାଲି କଲି ବେଶ ଓ ରାତି ରେ କଳା କଲୀ ବେଶ,୧୮ ତାରିଖ ରେ ତୀର କମାଣ ବା ରଘୁନାଥ ବେଶ,୧୯ ତାରିଖ ରେ କାତି ଖର୍ପର ବା କାତାୟନୀ ବେଶ ସହିତ ତୀର କମାଣ ଲାଗି,୨୦ ତାରିଖ ରେ ପ୍ରସିଦ୍ଧ ସିଂହ ବାହିନୀ ବେଶ,୨୧ ତାରିଖ ରେ ମହିଷା ମଦ୍ଧିନୀ ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମା ଙ୍କ ପୂଜକ ତୁଷାର ରଂଜନ ଦୀକ୍ଷିତ ସୂଚନା ଦେଇଛନ୍ତି।୨୪ ତାରିଖ ରେ ଦଶହରା ଉତ୍ସବ ସହିତ ହର ଦୂର୍ଗା ଭେଟ ଉତ୍ସବ ଅନୁଷ୍ଠିତ ହୋଇ ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜାର ପରିସମାପ୍ତି ଘଟିବ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply