Home / ମୁଖ୍ୟ ଖବର / ଖୋ ଖୋ ଓଡ଼ିଶା ର ରୌପ୍ୟ ପଦକ ହାସଲ

ଖୋ ଖୋ ଓଡ଼ିଶା ର ରୌପ୍ୟ ପଦକ ହାସଲ

sports

ଗୋଆ ଠାରେ ଅନୁଷ୍ଠିତ ୩୭ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶାର ଖୋ ଖୋ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଅବସରରେ ବିଜୟୀ ଖୋ ଖୋ ଦଳକୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ସର୍କିଟ ହାଉସ ପୁରୀ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଡେପୁଟି କଲେକ୍ଟର ରାକେଶ ପଣ୍ଡା।,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପ୍ରଦ୍ୟୁମ୍ନ କୁମାର ମିଶ୍ର,ଓଡିଶା ମୋ ପରିବାର ର ସମ୍ପାଦକ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ପୁରୀ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply