ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ୍ତ୍ଵକାଙକ୍ଷୀ ଯୋଜନା ବସୁଧା ମାଧ୍ୟମରେ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଗ୍ରଗତି ସଂପର୍କରେ ପୁରୀ ରେ ଅନୁଷ୍ଟିତ ହୋଇଥିଲା ଏକ ଜରୁରୀ କାଳୀନ ବୈଠକ।
ଗତକାଲି ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ପୁରୀ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକର 92 ଟି ଗ୍ରାମକୁ ଋଷିକୂଲ୍ୟା ନଦୀରୁ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ନିର୍ମାଣଧୀନ କାର୍ଯ୍ୟ ଖୁବ୍ ଶୀଘ୍ର ସାରି ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l
ଏଥି ସହିତ ବ୍ରହ୍ମଗିରି ବ୍ଲକ କୁସୁପୁର ଠାରେ ଥିବା ଜଳ ବିଶୋଧନ କେନ୍ଦ୍ର ମାଧ୍ୟମରେ ବ୍ରହ୍ମଗିରି ବ୍ଲକର ୬୯ ଗୋଟି ଗ୍ରାମ ଏବଂ କୃଷ୍ଣପ୍ରସାଦ ବ୍ଲକର ୩୦ ଗୋଟି ଗ୍ରାମକୁ ଦୟା ନଦୀରୁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣଧିନ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ସବିଶେଷ ଆଲୋଚନା କରାଯାଇଥିଲା











