Home / ସଂସ୍କୃତି ଓ ପରମ୍ପରା / ମା ମଙ୍ଗଳା ଯାତ୍ରା ପରିବାର ପକ୍ଷରୁ ନାଟକ ମଞ୍ଚସ୍ଥ

ମା ମଙ୍ଗଳା ଯାତ୍ରା ପରିବାର ପକ୍ଷରୁ ନାଟକ ମଞ୍ଚସ୍ଥ

Maa Mangala Yatra

କଳା, ସଂସ୍କୃତି, ପରମ୍ପରା କୁ ବାନ୍ଧି ରଖିବାକୁ ପ୍ରୟାସ
କାକଟପୁର (ତୁଷାର ଦୀକ୍ଷିତ ) ତା ୧୧/୧୨, ରବିବାର ଦିନ କାକଟପୁର ପ୍ରାଚୀବିହାର ମା ମଙ୍ଗଳା ଯାତ୍ରା ପରିବାର ପକ୍ଷରୁ ଷଷ୍ଠ ତମ ବାର୍ଷିକ ଉତ୍ସବ ଅବସରରେ ସାମାଜିକ ନାଟକ ” ରଙ୍ଗିଲା ରାଧିକା ରଜନୀ ଗନ୍ଧା “ମଞ୍ଚସ୍ଥ ହୋଇଯାଇଛି l ଅନୁଷ୍ଠାନର ସଭାପତି ମାନସ ସ୍ୱାଇଁଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଣାର୍କର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହୋଦଧି ଏଜୁକେସନାଲ ଏକାଡେମୀର ନିର୍ଦ୍ଦେଶକ ଶୁଭ୍ରଜିତ ମହାପାତ୍ର ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ପ୍ରଫେସର ଡ଼ଃ ସଂଗ୍ରାମ ଛାଟୋଇ, ସମ୍ମାନିତ ଅତିଥି ଭାବେ କାକଟପୁର ପ୍ରେସ କ୍ଲବର ସଭାପତି ତଥା ସେବାୟତ ନିଯୋଗ ର ଉପସଭାପତି କମଳ ଲୋଚନ ଦୀକ୍ଷିତ,ସ୍ଥାନୀୟ ସରପଞ୍ଚ ଅଭୟ ସେଠୀ,ଶିକ୍ଷକ ନେତା ହୃଦାନନ୍ଦ ସାସମଲ, ନିମାପଡା ସ୍ୱଂୟ ଶାସିତ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ପ୍ରଫେସର ଅଜୟ କୁମାର ବେହେରା,ଅନୁଷ୍ଠାନର ପରିଚାଳକ ଅକ୍ଷୟ କୁମାର ସ୍ୱାଇଁ, ସମ୍ପାଦକ ରମେଶ ଚନ୍ଦ୍ର ପରିଡା ପ୍ରମୁଖ ଯୋଗଦେଇ ନାଟକର ପରିଭାଷା ଓ ଗ୍ରାମାଞ୍ଚଳର ଯୁବ କଳାକାର ମାନଙ୍କ ପ୍ରତିଭାକୁ ଉଜ୍ଜୀବିତ କରିବା ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଧ୍ରୁବ ଚରଣ ଖୁଣ୍ଟିଆଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏବଂ ସ୍ଥାନୀୟ ଯୁବ କଳାକାର ମାନଙ୍କ ଦ୍ୱାରା ଅଭିନୀତ ଉକ୍ତ ନାଟକଟି ସାଧାରଣରେ ବେଶ ପ୍ରଶଂସିତ ହୋଇଥିଲା ଏବଂ ସମସ୍ତ ସଦସ୍ୟ ଆଗାମୀ ବର୍ଷରେ ଆହୁରି ସରସ ସୁନ୍ଦର କରିବାକୁ କହିଛନ୍ତି

SPREAD YOUR LOVE WITH YOUR FRIENDS AND FAMILY

Leave a Reply