Home / ମୁଖ୍ୟ ଖବର / ସୁରେନ୍ଦ୍ରନାଥ ବିଦ୍ୟାପୀଠର ୧୯୯୫ ବ୍ୟାଚ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ସୁରେନ୍ଦ୍ରନାଥ ବିଦ୍ୟାପୀଠର ୧୯୯୫ ବ୍ୟାଚ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

whatsapp image 2023 12 29 at 15.39.37 747d73e0

କାକଟପୁର(ତୁଷାର ଦୀକ୍ଷିତ ) ତା ୨୯/୧୨,ଗତ ବୁଧବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ସୁନ୍ଦର ସୁରେନ୍ଦ୍ରନାଥ ବିଦ୍ୟାପୀଠର ଷଷ୍ଠ ବାର୍ଷିକୀ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ସର୍ବଧର୍ମ ସମନ୍ୱୟର ପୀଠ ପୀର ଜାହାନିଆ ବେଳାଭୂମି ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସୁରେନ୍ଦ୍ରନାଥ ବିଦ୍ୟାପୀଠର ପ୍ରଥମ ତଥା 1984 ବ୍ୟାଚର ଛାତ୍ର ପ୍ରତିନିଧି ଭାବେ ଶ୍ରୀଯୁକ୍ତ ସୁକାନ୍ତ କୁମାର ସ୍ୱାଇଁ ଏବଂ ଚଳିତ 2023 ମାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ ହୋଇଥିବା ଛାତ୍ରୀ ସୁଶ୍ରୀ ପ୍ରିୟଦର୍ଶିନୀ ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା l ସମସ୍ତ ପୁରାତନ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ଏକାଠି ହୋଇ ଆନନ୍ଦ ଉଲ୍ଲାସର ସହିତ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ପୁରୁଣା ଦିନର ସ୍ମୃତିକୁ ମନେପକାଇ ଖୁବ ଭାବବିହ୍ଵଳ ହୋଇଯାଇଥିଲେ l ଏହି ଉତ୍ସବକୁ ୧୯୯୫ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନେ ଆୟୋଜନ କରିଥିଲେ l ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply