Home / ମୁଖ୍ୟ ଖବର / ରାଜ୍ୟସ୍ତରୀୟ ମଙ୍ଗଳା କପ୍କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର କୁ ହରାଇ ୟୁନିକ ଇଲେଭେନ ଭଦ୍ରକ ଫାଇନାଲ ରେ

ରାଜ୍ୟସ୍ତରୀୟ ମଙ୍ଗଳା କପ୍କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର କୁ ହରାଇ ୟୁନିକ ଇଲେଭେନ ଭଦ୍ରକ ଫାଇନାଲ ରେ

whatsapp image 2023 12 29 at 19.59.01 a668ca44

କାକଟପୁର (ତୁଷାର ଦୀକ୍ଷିତ ) ତା 29/12/23 କାକଟପୁର ମିନିଷ୍ଟାଡ଼ିମ ରେ ଚାଲିଥିବା 34ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ କ୍ରାଉନ ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ଭଦ୍ରକ ୟୁନିକ ଇଲେଭେନ l ପ୍ରଥମେ ଟସ ଜିତି ଭଦ୍ରକ ବୋଲିଂ କରିବାର ନିଷ୍ପତି ନେଇଥଲା l କ୍ରାଉନ ସ୍ପୋର୍ଟିଂ 25 ଓଭର ବ୍ୟାଟିଂ କରି 134ରନ ସଂଗ୍ରହ କରିଥିଲା l ଦଳ ତରଫରୁ ଅମିତାଭ ରାଉତ 49ଟି ବଲ ରେ 42ରନ କରିଥିଲେ l ଏହାର ଜବାବ ରେ ଭଦ୍ରକ ଇଲେଭେନ 20.5 ଓଭର ରେ 2 ୱେକେଟ ହରାଇ ବିଜୟୀ ହୋଇ ଚଳିତ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ପ୍ରବେଶ କରିଛି. ଦଳ ତରଫରୁ ତାପସ ରାଉତ ବ୍ୟକ୍ତିଗତ 72ବଲରେ 100ରନ ସଂଗ୍ରହ କରି ଏହି ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଇଥିଲେ. ମ୍ୟାଚ ରେ ଅଥିତିଭାବେ ଓଡିଶାଗ୍ରାମ୍ୟ ବ୍ୟାଙ୍କ ର ଶାଖା ପରିଚାଳକ ଭାସ୍କର ଜେନା ଏବଂ ମଙ୍ଗଳା କ୍ଲବ ର ଉପଦେଷ୍ଟା ରାକେଶ ପଟ୍ଟନାୟକ ଜେକେ ମେଡ଼ିସିନ ଷ୍ଟୋର ର ପରିଚାଳକ ମହେଶ୍ୱର ସ୍ୱାଇଁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ପୁରସ୍କାର କରିଥିଲେ l ଆମ୍ପୟାର ଭାବେ ନିର୍ମଳ କୁମାର ମିଶ୍ର ଏବଂ ଆୟେଶ କାନ୍ତ ମିଶ୍ର ଖେଳ ପରିଚାଳନା କରିଥିଲେ. I ଆସନ୍ତା କାଲି ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ରେ ରାମେଶ୍ୱର ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ଜୁଭେନାଇଲ କଟକ ମଧ୍ୟରେ ଅନୁଷ୍ଠିତ ହେବବୋଲି କ୍ଲବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ ଜଣାଇଛନ୍ତି l ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତି ମ୍ୟାନେଜର ଭାଗବତ ସ୍ୱାଇଁ ସଞ୍ଜୟ ସାମଲ, ଅକ୍ଷୟ ମହାନ୍ତି, କୋଷାଧକ୍ଷ ଇଂ ସୁଯ୍ୟକାନ୍ତ ଦୀକ୍ଷିତ, ସୁଶାନ୍ତ ଦାସ, ଧିରେନ ଚାନ୍ଦ, ଶ୍ୟାମ ସୁନ୍ଦର ରଣା, ଓ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply