Home / ମୁଖ୍ୟ ଖବର / ରାଜ୍ୟ ସ୍ତରୀୟ ୩୧ତମ ଶାରଳା କପ୍

ରାଜ୍ୟ ସ୍ତରୀୟ ୩୧ତମ ଶାରଳା କପ୍

whatsapp image 2023 12 28 at 18.58.26 02afa3fe

ଶାରଳା ସ୍ପୋର୍ଟିଂ କ୍ଲବ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

କାକଟପୁର (ତୁଷାର ଦୀକ୍ଷିତ ) / ୨୮। ୧୨ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସ୍ଥିତ ନରେନ୍ଦ୍ର ଷ୍ଟାଡିୟମ ଠାରେ ଶାରଳା ସ୍ପୋର୍ଟିଂ କ୍ଲବ ତରଫରୁ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସମ୍ବିଳନୀରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ। ସୂଚନା ମୁତାବକ ଆସନ୍ତା ଜାନୁଆରୀ ୨୬ ତାରିଖ ଶୁକ୍ରବାର ଠାରୁ ୭ଦିନ ବ୍ୟାପି ରାଜ୍ଯ ସ୍ତରୀୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୮ ଗୋଟି ଦଳ ଅଂଶ ଗ୍ରହଣ କରିବେ ବୋଲି କ୍ରୀଡ଼ା ସମ୍ପାଦକ ଦୁର୍ଗା ଚରଣ ମହାରଣା ସୂଚନା ଦେଇଥିଲେ । ବିଜୟୀ ଚମ୍ପିୟାନ ଦଳକୁ ଟ୍ରଫି ସହିତ ୩୧,୧୧୧ ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୨୧,୧୧୧ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯିବ ବୋଲି ସଭାପତି ଯୁଗଳ କିଶୋର ମହାନ୍ତି ପ୍ରକାଶ କରିଥିଲେ। ପ୍ରତ୍ୟେକ ଦିନ ପଦର୍ଶିତ ଖେଳରେ ଛକା, ଚଉକା ଓ ବ୍ୟକ୍ତିଗତ ରନ୍ ପାଇଁ ଆକର୍ଷଣୀୟ ପୁରସ୍କାର ଦିଆଯିବ ବୋଲି ଉପସଭାପତି ପ୍ରକାଶ କୁମାର ବେହେରା ମତ ଦେଇଥିଲେ। ଆୟୋଜିତ ମ୍ୟାଚ୍ ଗୁଡିକ ମ୍ୟାଟ୍ ସହିତ କର୍କ ବଲରେ ୨୦ ଓଭର୍ ବିଶିଷ୍ଟ ମ୍ୟାଚ ଖେଳା ଯିବ ବୋଲି କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଥିଲା। ଅନ୍ୟମାନଙ୍କ ମଧ୍ଯରେ କୋଷାଧ୍ୟକ୍ଷ ରମାକାନ୍ତ ବସ୍ତିଆ, ମନୋଜ କୁମାର ଛାଟୋଇ,ଦିବ୍ୟଦର୍ଶି ବିଶ୍ବାଳ କ୍ରୀଡା ସମ୍ପାଦକ,ସନ୍ତୋଷ କୁମାର କାଣ୍ଡି, ମିଥୁନ ବେହେରା, ଚଗଲି ମହାନ୍ତି, ମିଡିଆ ସେଲ ମୁଖ୍ୟ ପବିତ୍ର ମହାନ୍ତି, ରବିନ୍ଦ୍ର ପରିଡା, ରାକେଶ ମହାନ୍ତି, , ବେଣୁଧର ସାହୁ ଓ ବାପି ବସ୍ତିଆଙ୍କ ସହିତ ପ୍ରମୁଖ ମାନେ ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୨୯ ବର୍ଷ ଧରି ହୋଇଆସୁଛି।ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣାନନ୍ଦ ସ୍ବାଇଁଙ୍କ ନାମରେ ନାମିତ ପୂର୍ଣାନନ୍ଦ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଇଅଛି।ଗତ ବର୍ଷ କୁମ୍ଭାରବସ୍ତ ଖୋର୍ଦ୍ଧା ଚମ୍ପିୟାନ ହୋଇଥିବା ବେଳେ ରନର୍ସ ହୋଇଥିଲା ଯଦୁପୁର ଭୁବନେଶ୍ୱର।ଏହି ଟୁର୍ଣ୍ଣାମେଣ୍ଟକୁ ରାଜ୍ୟ ସ୍ତରୀୟ କରିବା ପାଇଁ ଆୟୋଜକ ମାନେ ପ୍ରୟାସ ଜାରି ରଖିଛନ୍ତି।ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରୁ ୪୨ ଟି ଦଳ ଆବେଦନ କରିଛନ୍ତି ବୋଲି ଉପ ସଭାପତି ଶ୍ରୀ ବେହେରା ସୂଚନା ଦେଇଥିଲେ।ଚଳିତ ବର୍ଷ ଟୁର୍ଣ୍ଣାମେଣ୍ଟକୁ ସରସ ସୁନ୍ଦର କରିବା ସହିତ ସାହାଯ୍ୟ ସହଯୋଗ କରିବା ପାଇଁ ଆୟୋଜକ ମାନେ ନିବେଦନ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply