Home / ସଂସ୍କୃତି ଓ ପରମ୍ପରା / ପିପିଲି ସତସଙ୍ଗ ବିହାରର ପ୍ରଥମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

ପିପିଲି ସତସଙ୍ଗ ବିହାରର ପ୍ରଥମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

screenshot 2024 0107 164935

ତା ୭/୧/୨୦୨୪। (ପିପିଲି) – ଆଜି ପିପିଲି ସତସଙ୍ଗ ବିହାର ଆନୁକୁଲ୍ୟରେ , ଆଞ୍ଚଳିକ ସତସଙ୍ଗୀ ଓ କର୍ମୀମାନଙ୍କ ସହାୟତାରେ ପାଳିତ ହୋଇଯାଇଛି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ ତମ ଜନ୍ମ ମହୋତ୍ସବ, ତଥା ପିପିଲି ସତସଙ୍ଗ ବିହାରର ପ୍ରଥମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ। ପ୍ରାତଃ ସମୟରେ ଉଷା କୀର୍ତ୍ତନ ପରେ ପରେ ଉଷା ବିନତୀ ପ୍ରାର୍ଥନା କରାଯାଇଥିଲା। ତତ୍ପରେ ଶ୍ରୀ ଶ୍ରୀ ଠାକୁରଙ୍କର ଶୋଭାଯାତ୍ରା ସହ ନଗର ପରିକ୍ରମା ହୋଇଥିଲା। ସତସଙ୍ଗ ବିହାର ଆନୁକୁଲ୍ୟରେ ସତସଙ୍ଗ ପୂର୍ବରୁ ଆୟୋଜିତ ହୋଇଥିଲା ଭଜନାଞ୍ଜଳି କାର୍ଯ୍ୟକ୍ରମ।
ଭଜନାଞ୍ଜଳି କାର୍ଯ୍ୟକ୍ରମ ପରେ ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀ ଙ୍କ ପୌରହିତ୍ୟରେ ସତସଙ୍ଗ ଆୟୋଜିତ ହୋଇଥିଲା। ଏହି ସତସଙ୍ଗରେ ପ୍ରାୟ ୨୦୦୦ ଭକ୍ତଙ୍କ ସମାଗମ ହୋଇଥିଲା।

ସତସଙ୍ଗରେ ବିନତୀ ପ୍ରାର୍ଥନା ପରେ ପରେ ଯାଜକ କର୍ମୀ ଶ୍ରୀ ପ୍ରଭାକର ବେହେରାଙ୍କ ଦ୍ଵାରା ସତ୍ୟାନୁସରଣ ପାଠ କରାଯାଇଥିଲା। ତତ୍ପରେ ସହପ୍ରତି ଋତ୍ୱିକ୍ ତଥା ପିପିଲି ସତସଙ୍ଗ କେନ୍ଦ୍ରର ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କୋଦମସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହାପରେ ସତସଙ୍ଗରେ ଭକ୍ତମାନେ ଭଜନ, କୋରସ ତଥା କୀର୍ତ୍ତନ ରେ ବିଭୋର ହୋଇପଡ଼ିଥିଲେ। ଭକ୍ତମାନଙ୍କ ମଧ୍ୟରେ ସତସଙ୍ଗ ପ୍ରତି ଏକ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା।
ଏହାପରେ ମୁଖ୍ୟ ବକ୍ତା ରୁପେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ବୈରାଗୀ ଚରଣ ସାହୁ ସଦାଲୋଚନା କରିଥିଲେ। ତତ୍ପରେ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀ, ସତସଙ୍ଗ କେନ୍ଦ୍ରର ପ୍ରତିଷ୍ଠାତା ସ୍ବର୍ଗତ ସହପ୍ରତି ଋତ୍ୱିକ୍ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ।
ଏହି ମହୋତ୍ସବରେ ପିପିଲି ସତସଙ୍ଗ କେନ୍ଦ୍ରର କର୍ମୀ ସର୍ବଶ୍ରୀ ଲିଙ୍ଗରାଜ ପ୍ରଧାନ , ଗଙ୍ଗାଧର ନନ୍ଦ, ବାସୁଦେବ ସାହୁ, କ୍ଷେତ୍ରମୋହନ ବରାଳ, ସନ୍ତୋଷ କୁମାର ଦାସ ସହଯୋଗ କରିଥିଲେ।
ସତସଙ୍ଗ ପରେ ପରେ ଭକ୍ତମାନେ ଆନନ୍ଦବଜାର ରେ ପ୍ରସାଦ ସେବନ କରି ଶ୍ରୀ ଶ୍ରୀ ଠାକୁର ଙ୍କର ଭାବଧାରା କୁ ସାଙ୍ଗରେ ନେଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply