Home / ଶୋକ / ପୂର୍ବତନ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ଙ୍କ ପତ୍ନୀ ବିୟୋଗ ଓ କାକଟପୁରରେ ଶୋକାକୁଳ ପରିସ୍ଥିତି

ପୂର୍ବତନ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ଙ୍କ ପତ୍ନୀ ବିୟୋଗ ଓ କାକଟପୁରରେ ଶୋକାକୁଳ ପରିସ୍ଥିତି

sradhanjali

କାକଟପୁର-୭/୧ ଗତକାଲି ରାତ୍ର ୧୦ଘ୨୬ ମିନିଟରେ ମାମଙ୍ଗଳା ସେବାୟତ ପରିବାର ର ଝିଅ ଓ ବୋହୁ ତଥା ମଙ୍ଗଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଜମ୍ବେଶ୍ୱର ଦିକ୍ଷୀତଙ୍କ ଧର୍ମପତ୍ନୀ ପ୍ରଣତି ଦୀକ୍ଷିତଙ୍କର ୬୨ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଦୁଇ ପୁତ୍ର ଓ ଏକ କନ୍ୟା ।ଗତକାଲି ସକାଳେ ମାମଙ୍ଗଳା ଙ୍କୁ ଦର୍ଶନ କରି ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବା ଅବସ୍ଥାରେ ହଠାତ ଅସୁସ୍ଥ ହୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟ ବରଣ କରିଥିଲେ। ମୃତ୍ୟୁ ଶର୍ଯ୍ୟା ନିକଟରେ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଆଜି ସକାଳୁ ସକାଳୁ ମୃତ ଶରୀର ତାଙ୍କ ବାସ ଭବନରେ ପହଂଚିବା ପରେ ସ୍ଥାନୀୟରେ ଶୋକର ଛାୟା ଖେଳିଯିବା ସହ ଶେଷ ଦର୍ଶନ ପାଇଁ ସୁଅ ଛୁଟିବା ସହ ନିକଟରେ ଥିବା ସେବାୟତ ଙ୍କ ସମସାନ କୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ପାର୍ଥିବ ଶରୀରକୁ ନିଆଯାଇ ଥିଲା। ସ୍ୱର୍ଗତା ପ୍ରଣତି ଦୀକ୍ଷିତ ଙ୍କୁ ନିଜ ବଡ଼ ପୁତୁରା ତୁଷାର ରଞ୍ଜନ ଦୀକ୍ଷିତ ଙ୍କ ସହିତ ମିହିର ରଞ୍ଜନ ଦୀକ୍ଷିତ, ପୁତ୍ର ଦ୍ୱୟ ସମୀର ରଞ୍ଜନ ଦୀକ୍ଷିତ ଓ ସଲୀଳ ରଞ୍ଜନ ଦୀକ୍ଷିତ ପ୍ରଭୃତି ମୁଖାଗ୍ନି ଦେଇଥିଲେ। ସବାଧାରରେ କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ,ସାନ ଭାଇ ପୀତବାସ ଦୀକ୍ଷିତ ଓ ପୁତୁରା ମାନେ,ଜ୍ୱାଇଁ କେଦାରନାଥ ପାଢ଼ୀ, ଭଣଜା ଦେବରାଜ ଦୀକ୍ଷିତ ଓ ପୂର୍ବତନ ସରପଞ୍ଚ ତପନ ଦୀକ୍ଷିତ,ହିମାଂଶୁ ଦୀକ୍ଷିତ, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଦୀପ୍ତ ଦୀକ୍ଷିତ,ମାମଙ୍ଗଳା ସେବକ ସମିତି ର ସଭାପତି ମନୋରଞ୍ଜନ ପଣ୍ଡା,ସଭ୍ୟ ପଵିତ୍ର ମୋହନ ଦୀକ୍ଷିତ,ମନ୍ଦିର ଟ୍ରଷ୍ଟି ର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଦିଲ୍ଲୀପ ବରାଳ,ହରିହର ଦୀକ୍ଷିତ,ମାନସ ଦୀକ୍ଷିତ, ସରୋଜ ସାମଲ,ଦେବୀପ୍ରସାଦ ଦୀକ୍ଷିତ,ସୁବାସ ଦୀକ୍ଷିତ,ଭାଗିରଥି ସ୍ୱାଇଁ,ରମେଶ ପଣ୍ଡା ଓ ସୁରେନ୍ଦ୍ର ମୋହନ ଦୀକ୍ଷିତ ପ୍ରମୁଖ ଯୋଗଦେଇ ସଂସ୍କାର କାର୍ଯ୍ୟ ସଂପନ୍ନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply