Home / କ୍ରୀଡା / 34 ତମ ରାଜ୍ୟସ୍ତରୀୟ ମଙ୍ଗଳା କପ ୟୁନିକ ଇଲେଭେନ ଭଦ୍ରକ କୁ ହରାଇ ଜୁଭେନାଇଲ ଚମ୍ପିୟାନ

34 ତମ ରାଜ୍ୟସ୍ତରୀୟ ମଙ୍ଗଳା କପ ୟୁନିକ ଇଲେଭେନ ଭଦ୍ରକ କୁ ହରାଇ ଜୁଭେନାଇଲ ଚମ୍ପିୟାନ

whatsapp image 2024 01 07 at 18.59.59 d3ff89b6

କାକଟପୁର (ତୁଷାର ଦୀକ୍ଷିତ ) ତା 7/1/24କାକଟପୁର ମିନିଷ୍ଟାଡିୟମ ଠାରେ ରେ ଚାଲିଥିବା 34ତମ ମଙ୍ଗଳା କପ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଥିଲା ଫାଇନାଲ ଦିବସ ପ୍ରଥମେ ଟସ ଜିତି ଜୁଭେନାଇଲ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା, ନିର୍ଦ୍ଧାରିତ 25 ଓଭର 7ୱେକେଟ ହରାଇ 220 ରନ ସଂଗ୍ରହ କରିଥିଲା 221ରନ ର ପିଛା କରି ଭଦ୍ରକ 8ୱଇକେଟ ହରାଇ 185 ରନ କରିବାରେ ସକ୍ଷମ ହେଇଥିଲା. ଆଜି ଫାଇନାଲ ମ୍ୟାଚ ଦେଖିବା ପାଇଁ ପଡିଆରେ ଖଚା ଖଚ୍ଚ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ,ଆଜିର ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅଥିତି ଭାବେ ମାନ୍ୟବର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଏବଂ ପୁରୀ ଜିଲ୍ଲା ଉପାଧକ୍ଷ ଶ୍ରୀ ସ୍ୱଧିନ କୁମାର ନାୟକ. ମୁଖ୍ୟ ବକ୍ତା ତଥା ଯୁବ ନେତା ହିମାଂଶୁ ଭୂଷଣ ଦୀକ୍ଷିତ, ଓଡିଶା କ୍ରିକେଟ ଆଶୋସିଅନ ର କୋଷାଧକ୍ଷ ବିକାଶ ପ୍ରଧାନ ପାରାଦ୍ୱୀପ ପୋର୍ଟ ର ବରିଷ୍ଠ ସଦସ୍ୟ ଶ୍ରୀକାନ୍ତରାୟ ମଙ୍ଗଳା କ୍ଲବ ର ଉପଦେଷ୍ଟା ରାକେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଏବଂ ସନ୍ଧ୍ୟାରେ ଦର୍ଶକ ମାନଙ୍କ ପାଇଁ ମେଲୋଡି ପ୍ରୋଗ୍ରାମ ଆୟୋଜନ ହବ ବୋଲି କ୍ଲବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ ଜଣାଇ ଛନ୍ତି. ବିଜୟୀ ଦଳକୁ 44441ଏବଂ ରନର୍ସ ଦଳକୁ 21221 ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା ବୋଲି କ୍ଲବ ର ସମ୍ପାଦକ ଶୃଭ୍ରାଂଶୁ ଦୀକ୍ଷିତ ପ୍ରକାଶ କରିଛନ୍ତି,ଖେଳ ପରିଚାଳନା ଦାଇତ୍ୱ ରେ ଅମ୍ପାର ନିର୍ମଳ କୁମାର ମିଶ୍ର ଏବଂ ଅହେସକାନ୍ତ ମିଶ୍ର ପରିଚାଳନା କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ମଙ୍ଗଳା କ୍ରିକେଟ କ୍ଳବ ମ୍ୟାନେଜର ଭାଗବତ ସ୍ୱାଇଁ. ସଞ୍ଜୟ ସାମଲ କୋଷାଧକ୍ଷ ଇ ସୂର୍ଯ୍ୟ କାନ୍ତ ଦୀକ୍ଷିତ, ସୁଶାନ୍ତ ଦାସ, ଶ୍ୟାମ ସୁନ୍ଦର ରଣା, ଅକ୍ଷୟ ପ୍ରସାଦ ମହାନ୍ତି ସାମିଲ ଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ଭାଗବତ ସ୍ୱାଇଁ, ଓ ସାଥି ସ୍କୋରର ଦାଇତ୍ୱ ନିର୍ବାହ କରିଥିଲେ ଉଦୟମାନ ଯୁବ ସଦସ୍ୟ ମାନେ ଏବଂ ପିଚ କ୍ଯୁରେଟର ଧିରେନ ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ଖେଳକୁ ସୁଚାରୁ ରୂପେ ପରିଚାଳନା କରିଥିଲେ, ପରି ଶେଷରେ ସଭାପତି ପ୍ରଦୀପ୍ତ ଦୀକ୍ଷିତ ସଭା ଭଙ୍ଗ କରିଥିଲେ

SPREAD YOUR LOVE WITH YOUR FRIENDS AND FAMILY

Leave a Reply