Home / ଶିକ୍ଷା / ପଶ୍ଚିମବଙ୍ଗରେ ଓଡ଼ିଆ ଶିକ୍ଷା ପ୍ରତିଷ୍ଠାନକୁ ଅବହେଳା – ମୁହଁ ଫେରାଉଛନ୍ତି ଛାତ୍ର ଛାତ୍ରୀ

ପଶ୍ଚିମବଙ୍ଗରେ ଓଡ଼ିଆ ଶିକ୍ଷା ପ୍ରତିଷ୍ଠାନକୁ ଅବହେଳା – ମୁହଁ ଫେରାଉଛନ୍ତି ଛାତ୍ର ଛାତ୍ରୀ

titagarh

କୋଲକାତା: ତା ୧୨.୧.୨୪ – ସମସ୍ୟାରେ ପଶ୍ଚିମବଙ୍ଗ ରେ ଓଡିଆ ବିଦ୍ୟାଳୟ, ଓଡ଼ିଶା ସରକାରଙ୍କ ତରଫରୁ ଅନୁଦାନ ମିଳୁଥିଲେ ମଧ୍ୟ ତାହା ଠିକ୍ ସମୟରେ ପହଞ୍ଚି ପାରୁନି ବିଦ୍ୟାଳୟ ମାନଙ୍କରେ, ଠିକସେ ମିଳୁନଥିବାରୁ ଆନୁଷଙ୍ଗିକ ଛାତ୍ର ଛାତ୍ରୀ ଓଡିଆ ପଢିବାରୁ ବଞ୍ଚିତ ହେଉଛନ୍ତି।
କଲିକତାର ସେଠ୍ ବାଗନ୍ ଆଦର୍ଶ ବିଦ୍ୟା ମନ୍ଦିର ଦକ୍ଷିଣ ଦମ୍ ଦମ୍ ଅଞ୍ଚଳର ଏକ ପ୍ରସିଦ୍ଧ ଉଚ୍ଚ ମାଧ୍ୟମିକ ବଙ୍ଗଳା ମାଧ୍ୟମ ବିଦ୍ୟାଳୟ, ଯେଉଁଠି ପ୍ରାକ୍ତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଶିକ୍ଷକତା କରିଥିଲେ। ପ୍ରାକ୍ତନ ଉଚ୍ଚ ଶିକ୍ଷାମନ୍ତ୍ରୀ ସତ୍ୟସାଧନ ଚକ୍ରର୍ତ୍ତୀ ମଧ୍ୟ ପ୍ରଧାନ ଶିକ୍ଷକ ରହିଛନ୍ତି। ଦିନ ଥିଲା ହଜାର ହଜାର ଛାତ୍ର ଛାତ୍ରୀ ଏଠାରେ ଅଧ୍ୟୟନ କରିଛନ୍ତି। ପ୍ରତ୍ୟେକ ଶ୍ରେଣୀରେ ପ୍ରାୟ ପାଞ୍ଚ ଛଅଟି ଲେଖାଏଁ ସେକ୍ସନ ଥିଲା।
କିନ୍ତୁ ଗତ କିଛି ବର୍ଷ ହେଲା ପିଲା ସଂଖ୍ୟା ଦୃତ ହ୍ରାସ ହେବାରେ ଲାଗିଛି। ବିଦ୍ୟାଳୟର ଶିକ୍ଷକ ମାନଙ୍କ କହିବା ଅନୁସାରେ କୋଭିଡ୍ ଓ ତାର ପରବର୍ତ୍ତୀ ସମୟରୁ ଏହି ଅବସ୍ଥାରେ ସମ୍ମୁଖୀନ ହୋଇଛି । ବିଦ୍ୟାଳୟର ୭୫ତମ ବର୍ଷ ଅବସରରେ ଶିକ୍ଷକ, ଅବିଭାବକ ଲାଗି ପଡିଛନ୍ତି ଛାତ୍ର ଛାତ୍ରୀ ସଂଖ୍ୟା ପୂର୍ବବସ୍ଥାକୁ ଫେରାଇ ଆଣିବା ପାଇଁ। ବିଷୟଟି ସେମାନେ ବର୍ତ୍ତମାନର ଶିକ୍ଷା ମନ୍ତ୍ରୀଙ୍କ ଶ୍ରୀ ବ୍ରାତ୍ୟ ବସୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଉପଯୁକ୍ତ ବ୍ୟବସ୍ଥା ନେବାପାଇଁ ଅନୁରୋଧ କରିଛନ୍ତି।
ଗତ ଜାନୁୟାରୀ ମାସ ୩ ତାରିଖ ରେ ଉକ୍ତ ଖବରଟି ଆନନ୍ଦ ବଜାର ପତ୍ରିକାରେ ପ୍ରକାଶ ପାଇଥିଲା। ଖବର ଅନୁଯାଇ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୫୦କୁ କମି ଯାଇଛନ୍ତି। କିନ୍ତୁ ଶିକ୍ଷକଙ୍କ ସଂଖ୍ୟା ତୁଳନାତ୍ମକ ଅନେକ ବେଶୀ। ପ୍ରାୟ ୨୫ ଜଣ ଶିକ୍ଷକ ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ କରୁଛନ୍ତି।
ପଶ୍ଚିମ ବଙ୍ଗର ଉତ୍ତର ଚବିସ ପ୍ରଗଣା ଟିଟାଗଡ ଉପେନ୍ଦ୍ର ଭଞ୍ଜ ଉଚ୍ଚ ମାଧ୍ୟମିକ ଓଡ଼ିଆ ମାଧ୍ୟମ ବିଦ୍ୟାପୀଠ ଅନୁରୂପ ଭାବେ ବିଗତ ଦିନ ଗୁଡିକରେ ପର୍ଯ୍ୟାପ୍ତ ଶିକ୍ଷକ ଓ ଛାତ୍ର ଛାତ୍ରୀ ଉପସ୍ଥିତିରେ ସୁନାମ ଅର୍ଜନ କରିଥିଲା। ଏହି ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରି ଛାତ୍ର ଛାତ୍ରୀ ମାନେ ସେମାନଙ୍କ କର୍ମ ସ୍ଥଳ ମାନଙ୍କରେ ଅନେକ ସୁନାମ ଅର୍ଜନ କରିଛନ୍ତି।
କିନ୍ତୁ ବଡ ଦୁଃଖର ବିଷୟ ବିଗତ କିଛି ବର୍ଷ ଧରି ଘୋର ଶିକ୍ଷକ ଅଭାବ, ସାଙ୍ଗକୁ ଛାତ୍ର ଛାତ୍ରୀ ସଂଖ୍ୟା କ୍ରମାଗତ ହ୍ରାସ ଓ ଗୁଣାତ୍ମକ ଶିକ୍ଷା ଦାନରେ କିଛିଟା ଅଭାବ, ଅଭିଭାବକଙ୍କ ମାତୃଭାଷା ପ୍ରତି ଅଣଦେଖା ମନୋଭାବ, ସବୁ ମିଶାଇ ବିଦ୍ୟାଳୟ ଆଜି ଭୟଙ୍କର ସଙ୍କଟ ମଧ୍ୟରେ ଗତି କରୁଛି।
ଦୁଃଖର ବିଷୟ ଉପୋରକ୍ତ ସେଠ୍ ବାଗନ୍ ଆଦର୍ଶ ବିଦ୍ୟାଳୟରେ ୨୫ ଜଣ ଶିକ୍ଷକ କର୍ମରତ, ଏବଂ ସେଠାରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ମାତ୍ର ୧୫୦।
ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ, ପରିଚାଳନା ସମିତି ଓ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଛାତ୍ରୀ ଓ ଶିକ୍ଷକ ସଂଗଠନ ଗୋଲ୍ଡେନ ଫ୍ରେଣ୍ଡସ ଅଫ ଟିଟାଗଡ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠ ଉକ୍ତ ବିଷୟଟି ମାନନୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ବ୍ରାତ୍ୟ ବସୁ, ପଶ୍ଚିମ ବଙ୍ଗ ସରକାରଙ୍କ ମାଧ୍ୟମିକ ବିଦ୍ୟାଳୟ କମିଶନର ଓ ଶିକ୍ଷା ବିଭାଗ ସଚିବଙ୍କୁ ଲିଖିତ ଭାବେ ଜଣାଇ ମଧ୍ୟ କିଛି ଫଳ ଆଜି ଯାଏଁ ମିଳିନାହିଁ। ଖୁବ୍ ଶୀଘ୍ର ଶିକ୍ଷକ ଅଭାବ ସମସ୍ୟା ସମାଧାନ କରିବା ପାଇଁ ଗୋଲ୍ଡେନ ଫ୍ରେଣ୍ଡସ ସମସ୍ତ ରକମର ବ୍ୟବସ୍ଥା ନେବା ପାଇଁ ପ୍ରସ୍ତୁତ ଅଛି। ଉକ୍ତ କାର୍ଯ୍ୟରେ ପ୍ରଧାନ ଶିକ୍ଷକ, ପରିଚାଳନା ସମିତି ସବୁ ରକମର ସହଯୋଗିତା କରି ଚାଲିଛନ୍ତି। ଗୁଣାତ୍ମକ ଶିକ୍ଷା, ଛାତ୍ର ଛାତ୍ରୀଙ୍କ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଯେପରି କୃତିତ୍ତ୍ଵ ସହ ଉତ୍ତୀର୍ଣ୍ଣ କରନ୍ତି ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ଶିକ୍ଷିକା ଅବିରାମ ଚେଷ୍ଟା ଚଳାଇ ଯାଉଛନ୍ତି।

ବିଷୟଟି ଯେପରି ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ପଶ୍ଚିମବଙ୍ଗରେ ଥିବା ତାଙ୍କର ପ୍ରତିପକ୍ଷ ଦପ୍ତରଙ୍କ ଦୃଷ୍ଟି ଆକର୍ଷଣକରି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରନ୍ତି, ସଂଗଠନ ପକ୍ଷରୁ ଚେଷ୍ଟା କରା ଚାଲିଛି।
ଗୋଲ୍ଡେନ ଫ୍ରେଣ୍ଡସ ଅଫ ଟିଟାଗଡ ଉପେନ୍ଦ୍ର ଭଞ୍ଜ ବିଦ୍ୟାପୀଠର ସଭାପତି ଶ୍ରୀ ଉଦୟନାଥ ମଲ୍ଲିକ, ସମ୍ପାଦକ ଗଣେଶ ମିଶ୍ର, କୋଷାଧ୍ୟକ୍ଷ ସୁରମା ରାଉତ, ପ୍ରାକ୍ତନ ଶିକ୍ଷକ ଶ୍ରୀ ଦୋଳ ଗୋବିନ୍ଦ ପଣ୍ଡା, ଶ୍ରୀ ନବଘନ ସାମଲ, ପ୍ରାକ୍ତନ ଛାତ୍ର ସୁରେନ୍ଦ୍ର କୁମାର ରାଉତ, ଶ୍ରୀ ହେମନ୍ତ କୁମାର ବିଶ୍ଵାଳ, ଶ୍ରୀ ପ୍ରମୋଦ କୁମାର ବିଶ୍ବାଳ, ଶ୍ରୀ ସରୋଜ କୁମାର ସାମଲ, ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ, ଭଞ୍ଜ ଧାରା ସମ୍ପାଦକ ଶ୍ରୀ ଅମର କୁମାର ପଟ୍ଟନାୟକ, ବିଶେଷ ସଦସ୍ୟ ଶ୍ରୀ ସନ୍ତୋଷ କୁମାର ପାତ୍ର, ଶ୍ରୀ କିଶୋର କୁମାର ତ୍ରିପାଠୀ, ଶ୍ରୀ ନିରଞ୍ଜନ ପତି, ଶ୍ରୀ ଦେବେନ୍ଦ୍ର ପାତ୍ର ଇତ୍ୟାଦି ଏକ ବିବୃତି ଦେଇ ଉକ୍ତ ବିଷୟଟି ଜଣାଇଛନ୍ତି। ସେମାନଙ୍କ ଧାରଣା ଏକ ମାତ୍ର ଶିକ୍ଷକ ଅଭାବ ଦୂର ହୋଇପାରିଲେ ଏହି ସୁନାମଧନ୍ୟ ବିଦ୍ୟାଳୟଟି ପୂର୍ବବସ୍ଥାକୁ ଫେରି ଆସିବ।
ଅଗକୁ ଓଡିଆ ଭାଷାର ମର୍ଯ୍ୟାଦା ବଢ଼ାଇବାପାଇଁ ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ଯାଏଁ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଓଡିଆ ଭାଷା ସମ୍ମିଳନୀ ।
କିନ୍ତୁ ପଡୋଶୀ ରାଜ୍ୟରେ ଓଡିଆ ଶିକ୍ଷାର ବିପତ୍ତି କୁ ଦେଖି ଦୁଃଖ ପ୍ରକାଶ କରିଛନ୍ତି ଓଡିଆ ଭାଷା ପ୍ରେମୀ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply