Home / ମୁଖ୍ୟ ଖବର / ପୁରୀ ଗୋବିନ୍ଦ ଗୋଧାମରେ ମହର୍ଷି ମହେଶ ଯୋଗୀଙ୍କ ୧0୫ ତମ ଜୟନ୍ତୀ ଉତ୍ସବ ପାଳିତ

ପୁରୀ ଗୋବିନ୍ଦ ଗୋଧାମରେ ମହର୍ଷି ମହେଶ ଯୋଗୀଙ୍କ ୧0୫ ତମ ଜୟନ୍ତୀ ଉତ୍ସବ ପାଳିତ

jaijagannath

ଉପସ୍ଥିତ ଭକ୍ତ ମାନଙ୍କ ଗୋମାତା  ସୁରକ୍ଷା ପାଇଁ ସଂକଳ୍ପ

ପୁରୀ,ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଆଳିପଡ଼ା ସ୍ଥିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ମହର୍ଷି ମହେଶ ଯୋଗୀଙ୍କ ୧0୫ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି |ଏଥିରେ ମହର୍ଷି ମହେଶ ଯୋଗୀଙ୍କ ପ୍ରତ୍ୟେକ୍ଷ ଶିଷ୍ୟ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଜୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବରେ ମୁମ୍ବାଇ ଶ୍ରୀଜ୍ଞାନେଶ୍ୱର ମଠ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ୧00୮ ମହାମଣ୍ଡଳେଶ୍ୱର ସ୍ୱାମୀ ଶଙ୍କରାନନ୍ଦ ସରସ୍ବତୀ ଜୀ ମୁଖ୍ୟ ଅତିଥି, ନେବଳ ଦାସ ମଠର ମହନ୍ତ ଡଃ ରାମ ଚରଣ ଦାସ ଜୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହର୍ଷିଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ |ଅଧ୍ୟକ୍ଷତା ଅଭିଭାଷଣରେ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା କହିଲେ ଭାରତ ର ବିଭିନ୍ନ ସ୍ଥାନରେ ବ୍ରାହ୍ମଣ ମାନଙ୍କ ବେଦ ପାଠ ତଥା ସବୁ ଜାତିର ପିଲାଙ୍କୁ ମହର୍ଷି ଟ୍ରେନଲେସନ, ମେଡ଼ିଟେସନ, ଭାବାତିତ ଧ୍ୟାନ କରାଇ ମଣିଷ ଜୀବନ କୁ ସୁଖ ଶାନ୍ତି ର ବାର୍ତ୍ତା ଦେଇଛନ୍ତି |ଭାରତ, ଫ୍ରାନ୍ସ, ଲଣ୍ଡନ, ହଲାଣ୍ଡ, ଇଉରୋପ, ଆମେରିକା ଇତ୍ୟାଦି ଦେଶ ମାନଙ୍କରେ ମହର୍ଷି ଙ୍କ ଅନୁଗାମୀ ଅଛନ୍ତି |ମହର୍ଷିଙ୍କ ଆଦର୍ଶ ରେ ବ୍ରାହ୍ମଣ ନିଜର ନୀତି ନିୟମ ମାନି ଚଳିଲେ ଭାରତ ବିଶ୍ୱ ଗୁରୁ ହୋଇ ପାରିବ ତାହା  ସନ୍ଦେହ ନାହିଁ |ଉତ୍ସବ ସ୍ଥଳରେ ଗୁରୁ ପୂଜନ ଭୁବନେଶ୍ୱର ର ଦିଲୀପ ଖଣ୍ଡେଲୱାଲ, ହାଇଦ୍ରାବାଦ ର ରମେଶ କୁମାର ଫୁଫଲିୟା ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା |ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ୧00୮ ଗୋପାଳ ସହଶ୍ର ନାମ ଯଜ୍ଞ ଅନୁଷ୍ଠିତ ହେବା ସହ ଉପସ୍ଥିତ ଭକ୍ତ ମାନେ ଗୋମାତା ମାନଙ୍କ ସୁରକ୍ଷା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ |କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ମୁଖପାତ୍ର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ପରିଚାଳନା କରିଥିଲେ |

SPREAD YOUR LOVE WITH YOUR FRIENDS AND FAMILY

Leave a Reply