Home / ଶିକ୍ଷା / ଯାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ। ଉତ୍ସାହିତ ଛାତ୍ରଛାତ୍ରୀ

ଯାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ। ଉତ୍ସାହିତ ଛାତ୍ରଛାତ୍ରୀ

img 20240114 wa0140

ଯାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ। ଉତ୍ସାହିତ ଛାତ୍ରଛାତ୍ରୀ
କାକଟପୁର (ତୁଷାର ଦୀକ୍ଷିତ )-14/01, କାକଟପୁର ଯାହାନ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ‘କାଞ୍ଚନ- ସ୍କୁଲ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷା ମମତା ମହାପାତ୍ରଙ୍କ ସଭାପତିତ୍ବରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଅତିଥି ରାଜ୍ୟ କ୍ରିଡା,ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା,ମୁଖ୍ୟ ବକ୍ତା ବ୍ଳକ ଶିକ୍ଷା ଅଧିକାରୀ ଦିଲ୍ଲିପ କୁମାର ଜେନା,ପୂର୍ବତନ ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟ ଦଳାଇ, ହାସ୍ୟଅଭିନେତା ଶଙ୍କର ପ୍ରଧାନ,ଯାହାନ ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ସୁମିତ୍ରା ଘୋଷ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ ବାତାବରଣ ପାଇଁ ଯାହାନ ସ୍କୁଲର ଆବଶ୍ୟକତା ଉପରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ବିକାଶ ପାଇଁ ଅଭିଭାବକ ମାନେ ଯତ୍ନଶୀଳ ହେବାପାଇଁ ଆହ୍ୱାନ ଦେଇଥିଲେ ।ଏହି ଉତ୍ସବରେ ବାର୍ଷିକ କ୍ରିଡା ଏବଂ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭକରିବା କୃତି ଶିକ୍ଷାର୍ଥୀମାନଙ୍କୁ ପୁରସ୍କାର ବିବରଣ କରାଯାଇଥିଲା। ଅନୁଷ୍ଠାନର ଶିକ୍ଷକ ସତ୍ୟରଞ୍ଜନ ମହାପାତ୍ର ଉପସ୍ଥିତ ଅତିଥି ଶିକ୍ଷାର୍ଥୀ ମାନଙ୍କ ଅବିଭାବକ ଓ ଦର୍ଶକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଉକ୍ତ ଉତ୍ସବକୁ ଅନୁଷ୍ଠାନର ଶିକ୍ଷକ ଆଶିଷ କୁମାର ସାହୁ, ଶିକ୍ଷୟିତ୍ରୀ ମଧୁସ୍ମିତା ପଢ଼ିଆରୀ, ମନୀଷା ମହାନ୍ତି, ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଆସମା ଖାତୁନଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l କୁନିକୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅଭିନୀତ କ୍ଷୁଦ୍ର ନାଟକ ଜ୍ଞାନର ପରିସୀମା ବେଶ ଉଚ୍ଚକୋଟିର ହୋଇଥିଲା l

SPREAD YOUR LOVE WITH YOUR FRIENDS AND FAMILY

Leave a Reply