Home / ମୁଖ୍ୟ ଖବର / ମା ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ପାଇଁ ମା ମଙ୍ଗଳାଙ୍କ ନିକଟରେ ପହଞ୍ଚିଲା ନିମନ୍ତ୍ରଣ

ମା ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପ ଲୋକାର୍ପଣ ପାଇଁ ମା ମଙ୍ଗଳାଙ୍କ ନିକଟରେ ପହଞ୍ଚିଲା ନିମନ୍ତ୍ରଣ

img 20240119 wa0216

କାକଟପୁର ( ତୁଷାର ଦୀକ୍ଷିତ )ତା ୧୯/୧ ,ଆସନ୍ତା ୨୭ ତାରିଖରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜି ପୁରୀ ଜିଲ୍ଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟରେ ପହଁଚିଛି ନିମନ୍ତ୍ରଣ ପତ୍ର l ପ୍ରଥମେ ସମଲେଶ୍ୱରୀ ଟ୍ରଷ୍ଟ ସଦସ୍ୟ ସନ୍ତୋଷ କୁମାର ପୃସେଟ,ସମଲେଶ୍ୱରୀଙ୍କ ବରିଷ୍ଠ ସେବାୟତ ସଂକୀର୍ତ୍ତନ ରାୟ, ସମଲେଶ୍ୱରୀଙ୍କ ପ୍ରଶାସନିକ ଅଧିକାରୀ ଫକୀର ମୋହନ ମାଝୀ ଏବଂ ପୁରୀ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ପ୍ରତିନିଧି ମାନେ ପୁରୀର ମା ବିମଳା, କୋଣାର୍କର ମା ରାମଚଣ୍ଡୀ ଏବଂ ପରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନିକଟରେ ପହଞ୍ଚିବା ପରେ ମଙ୍ଗଳା ମନ୍ଦିର ଟ୍ରଷ୍ଟର ସଭାପତି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନନ୍ଦିତା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, କାକଟପୁର ଥାନା ଏସ ଆଇ ପ୍ରିୟା ପ୍ରଧାନ,ଏ ଏସ ଆଇ ପ୍ରମୋଦ କୁମାର ସେଠୀ, ମା ମଙ୍ଗଳା ସେବାୟତ ନିଯୋଗର ଉପସଭାପତି କମଳ ଲୋଚନ ଦୀକ୍ଷିତ, ସେବାୟତ ନିଯୋଗ ପରାମର୍ଶଦାତା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ପୂଜାପଣ୍ଡା ସେବାୟତ ତପନ କୁମାର ଦୀକ୍ଷିତ, ଶରତ କୁମାର ଦୀକ୍ଷିତ,ସେବାୟତ ନଳିନୀକାନ୍ତ ଦୀକ୍ଷିତ, ତାପସ କୁମାର ଦୀକ୍ଷିତ ପ୍ରମୁଖ ପୁଷ୍ପଗୁଛ ଓ ଉପଢୌକନ ଦେଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ l ଆସନ୍ତା ୨୭ ତାରିଖରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ଏବଂ ସେବାୟତ ନିଯୋଗ ପକ୍ଷରୁ ୩ ଜଣଙ୍କୁ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପହଞ୍ଚିବାକୁ ନିମନ୍ତ୍ରଣ କରାଯାଇଛି

SPREAD YOUR LOVE WITH YOUR FRIENDS AND FAMILY

Leave a Reply